ତୁମେ ଆସିଲେ ଶୁଭେ ଗଜଲ
ରଙ୍ଗରେ ଝଲମଲ ସର୍ବେ ବେହାଲ
ତରଙ୍ଗାୟିତ ହୁଏ ପ୍ରକୃତି
ଜାଣିଛ କି ମନ୍ତର ଏମିତି
ଛାତରେ ଛତୁ ଫୁଟିଲାପରି
ବାଟେ ଘାଟେ ରଙ୍ଗ ଫୁଲ ଘେରି
ଲାଗେ ରୋଶଣୀ ପରି
ରଙ୍ଗ ଗୋ ତୁମେ ପ୍ରକୃତିର ବନ୍ଧୁ
ନହେଲେ ଢେଉ ଛୁଆଁରେ ସିନ୍ଧୁ
ମୟୂର ମୟୂରୀ ପଖଉଜ ଛନ୍ଦୁ
ଲୁଚିଯାଇଥାଆନ୍ତି ଦେଖି ରଙ୍ଗ ଇନ୍ଦୁ
ଏତେସବୁ କରିପାରେ ଯିଏ
ଧରାକୁ ସବୁଜ ଚାଦରେ ଘୋଡାଏ
ଗଛରେ ନେଳି ପତ୍ର
ଋତୁରାଣୀ ଶ୍ରାବଣୀର ନେତ୍ର
ପଦ୍ମରେ କାଚ ବିନ୍ଦୁ ପରି ଜଳ
ରଖେନା ସର୍ତ୍ତ ନଥାଏ ସ୍ୱାର୍ଥ
ଠିକ ତୁମ ପରି ସାତରଙ୍ଗ ବାରି
ଫୁଟେ କଦମ୍ବ ଶତଦଳ ଆନନ୍ଦ
ପରିପକ୍ୱ ଘାସରେ ସାଧବବୋହୂ
ଆନମନା ହୁଏ ଘଡିଏ ରଙ୍ଗର ଢେଉ
ତୁମେ ରଙ୍ଗ ଆଣି ଆସିଛ ହୋଲି
କୋଇଲି ପିଇ ମହୁଲି କୁହୁ ବୋଲି
ବାଘନିସହନାଲା ଦେଖି କଳାପକ୍ଷୀ
ଭକ୍ତଙ୍କ ଭକ୍ତି ଆବେଗ ରଙ୍ଗ ପରଖି
ଧରଣୀ ରାଣୀର ରଙ୍ଗ ସବୁଜ ପରିପାଟି
ମୁଗ୍ଧ ଚକିତ ଧରାର ମନୁଷ୍ୟ ଗୋଟି
ରଙ୍ଗ ଛିଟା ଛାଟି ସାଧବୋହୁ ପଡିଉଠି
ଖୋଜେ ମୁଠେ ମାତ୍ର ମାଟି ଛଡ଼ାଇବ ପିଠି
ରଙ୍ଗର ବର୍ଷା ଯେଣୁ ଛିଟା ଦେଇଛି ଛାଟି
ପ୍ରକୃତି ସହ ମଣିଷ ହୋଲି ଖେଳୁଛି ଏଠି
,,,,,,,,,,,,,,,,