STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ରଙ୍ଗୀନ ଅଶୋକା 

ରଙ୍ଗୀନ ଅଶୋକା 

1 min
0


ତୁମେ ହସିଦେଲେ ରଙ୍ଗ ସିନ୍ଦୁରୀ 
ତୁମେ ହସୁଥିଲେ ରଙ୍ଗ ଅସୁମାରି 
ପ୍ରକୃତି ହସୁଛି ଫଗୁଣ ଫେରିଛି 
ଅଶୋକ ସମ୍ଭାରେ ଧରି ପିଚକାରୀ 
ନାଲି ନାଲି ରଙ୍ଗ ପଡେ ଉତୁରି 
ଧରା ଓ ବୃକ୍ଷରେ ନବପଲ୍ଲଵ ଭରି 
ଏତେ ମନୋହର କୋଉ ଯାଦୁଗର 
ଯାଦୁ କରି ରଙ୍ଗ ଖେଳେ ବତୁରି 
 ବିମାନେ ଝୁଲି ରାଧା କୃଷ୍ଣ ଖେଳି ହୋରି 
ରାଧା କୃଷ୍ଣ ଦେହେ ରଙ୍ଗ ହୋଲି ଭରି 
ଫଗୁଣ ପରଶେ ଅଗଣା ବାସୁଛି 
ମହମହ ରଙ୍ଗ ପସରା ମେଲି 
ବୁଢୀମା ଆଖିର କଜ୍ଜଳ କାଲି 
ଆଜି ଦିଶେ ଫଗୁ ଅଵୀର ନାଲି 
 ସୁନ୍ଦରୀ ସିନ୍ଦୁରେ ସିନ୍ଦୁରୀ ବୋଲି 
ହୁଳହୁଳି କରତାଳି ନହୁଲି ଚାଲି 
ଋତୁ ଫଗୁଣ ଟା ଖେଳୁଛି ହୋଲି 
ରଙ୍ଗ ରଙ୍ଗୋଲି ନାଲି
ଆଜି କଥା ଆଉ ନଥିବ କାଲି 
ଖେଳିଯା ପିଇ ରଙ୍ଗ ମହୁଲି ନାଲି 
ରଙ୍ଗ ର ପସରା ଆକାଶ ସାରା 
ସାତରଙ୍ଗୀ ଶାଢ଼ୀ ପଣତ ମେଲି
ଅଶୋକା ଝରୁଛି ରଙ୍ଗ ହୃଦୟ ଖୋଲି
,,,,,,,,,,,,,,,,,,,


Rate this content
Log in

Similar oriya poem from Abstract