STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ରଙ୍ଗ କସ୍ତୁରୀ 

ରଙ୍ଗ କସ୍ତୁରୀ 

1 min
0


ଯନ୍ତ୍ରଣା ଢ଼ୋକି ଓଢଣା ଢାଙ୍କି 
କୋଉଠି ରଖିଛୁ କସ୍ତୁରୀ 
ରଙ୍ଗ ତାର କହ କିପରି 
 ମାଆ ମୋହର କହ 
କେମିତି ଜିଇଁଛୁ ଜୀବନ ତୋହର 
ଦୁଃଖକୁ ଚାପି ଛାତିକୁ ମାପି 
ଯେତେ ପଥର ଲଦି ଦିଅ 
କୋଉଠି ଲୁଚାଇ ରଖିଛୁ ମୋହ 
କୋଉ ରଙ୍ଗ ଅବା ମାଆ ଆଖି ଲୁହ 
କଥା ଶିଖାଇ ଭାବ ବତେଇ 
ମାତୃଭାଷାକୁ ଜନନୀ କହି 
କସ୍ତୁରୀ ଥାଇ କେତେ ତୋ ଠେଇ 
ମାପିଛି କିଏ ମୋହ ତୋହର କହ 
ଛାତି ଉଷ୍ମତା ହୃଦେ ମାୟା ସାଇତା 
ସବୁତ ସନ୍ତାନ ମଙ୍ଗଳମନସ୍କ ରଙ୍ଗ ପାଇଁ 
ଲୋରି ଶୁଣାଇ ପ୍ରକୃତିରୁ ଦେଖାଇ 
ପ୍ରଥମ ଶିକ୍ଷୟିତ୍ରୀ ମାଆ ତୁହି 
ତୋ ପଣତ ତଳେ ଅମୃତ ଢାଳେ 
ସ୍ନେହ ସରାଗ ଆହା ଢ଼ଳେ 
ମାଆ ତୁ ଅଟୁ ମାଆ ସାତରଙ୍ଗ ସରି 
ନିଜ ନାଭିରେ ରଖି ରଙ୍ଗ କସ୍ତୁରୀ 
ମୃଗ ଯେମିତି କହେ ସେ ନିରିମାଖି 
 ହୃଦେ ସାଇତା ରଙ୍ଗ ମମତା ସଳିତା 
କେତେ ଗପ ଗୀତରେ ଦିଅଇ ଶିକ୍ଷା 
ଲୁଚାଇ ରଙ୍ଗ ଆଖି ଲୁହ ର ଢଙ୍ଗ 
ମାଆ ପରି କେ କୁହ ରଙ୍ଗ ଉମଙ୍ଗ 
ଆସୁ ବାଆ ବତାଶ ନୋହି ହତାସ 
ତା କୋଳେ ଶୋଇଯାଅ 
ଯେତେ ହୁଅ ବି ବଡ଼ ରାଇଜ ଗଢ଼
ମାଆ ସତେ ରଙ୍ଗର କଢ଼ ପାଲଟି ଜଡ଼ 
ମାଆ ପାଖେ କେବଳ ପରିଚୟ 
ତା ପୁଅ ଓ ଝିଅ ରଙ୍ଗ ତାର ନିଅ 
ହେଉ ସେ ମାତୃଭୂମି ଅବା ମାତୃଭାଷା 
କରଇ ଆହା ହୁଅଇ ସାହା 
ମାଆ ମାଟି ରଙ୍ଗରେ ମୋହି 
ତା ପଦ ଯୁଗଳ ରଙ୍ଗରେ ଧୋଇ 
ବୁଝିଛି ଯିଏ ଯୁଝିଛି ସିଏ 
ମୋ ମାଆ ପରି କେ କୁହ 
ରଙ୍ଗ ନାଲି ତା ମମତା ବୋଲି 
ପଣତରୁ ରଙ୍ଗ ନେଇ ମାଖି ଥରେ ହୁଅ 
,,,,,,,,,,,,,,,,,,,,


Rate this content
Log in

Similar oriya poem from Abstract