STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ମନିପ୍ଲାଣ୍ଟ 

ମନିପ୍ଲାଣ୍ଟ 

1 min
0


ଗଛଟା ଝରକା ସେପଟେ କଣ ଦେଖେ 
ବୋଧେ ଫେରିଯାଉଥିବା ଋତୁ ସବୁଙ୍କୁ 
ହୁଏତ ରଙ୍ଗ ଭରିଦେଉଥିବା ଫାଲ୍ଗୁନୀକୁ 
ବା ସେହି ଝଙ୍କାଳିଆ କୃଷ୍ଣଚୂଡ଼ା ଗଛଟାକୁ 
କଣ ପଚାରୁଥିବ କେଜାଣି 
 ପଚାରୁଥିବ ଶୁଆଟି କୁଆଡୁ ଆସିଲା କେଜାଣି 
ମିଠୁ ଡାକିବାକୁ ମିଠା ଫଳ ଦେବାକୁ 
ତାର ବା ଉପାୟ କାହିଁ 
ତା ଭିତରେ ଥିବା ଉଷ୍ମତାର ଟଙ୍କା ସବୁକୁ 
କିଏ କେତେବେଳେ ନେଇଛି ଚୋରେଇ 
ସେ ଜମା ଜାଣିପାରିନାହିଁ 
ଆସ୍ତରଣ ଓ ଉତ୍ତରଣ ତଳେ 
ଶୁଆ ଗୋଟେ ଉଡିଆସି ଦେହ ଘଷି 
କଣ ମାଗୁଛି କେଜାଣି 
ପଇସା ଟଙ୍କା ଥିଲେ ବି ପାରିବୁନି ଗଣି 
ଉଡ଼ିଯା ଗଛକୁ ଯୋଉଠି ପଛକୁ 
ଭୁଲିଯାଇ ଜୀବନ ଜୀଇଁ ଯିବୁ 
ଘଡିଏ ଦୁଇଘଡି ପାଇଁ
ମୋ ଦେହ ସାରା ଧୂଳି ବୋଳି 
ମୁଁ ବି ଗୀତ ଗାଏ ଜନ୍ମ ରୁ ପାର ପାଇବା ପାଇଁ 
ପକ୍ଷୀ ତୁ ଗାଇବୁ ଯଦି ମୋ ସହ 
ତେବେ ଭୁଲିଯାଇ ଭୋକ ଶୋଷ 
ରହ ଏଠି ପକ୍ଷୀ ଜନ୍ମ ରୁ ପାର ହେବା ପାଇଁ


Rate this content
Log in

Similar oriya poem from Abstract