STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଶ୍ରାବଣର ଶେଷ ଛୁଆଁ

ଶ୍ରାବଣର ଶେଷ ଛୁଆଁ

1 min
140

ବିଦାୟୀ ଶ୍ରାବଣ ବାନ୍ଧିଲାଣି ମେଘ

ଫେରିବ ଫେରିବ ହେଉଛି,

କୋହ ମୋହ ଯେତେ ବାକିଅଛି ବହୁ

ରହିବ ରହିବ ହେଉଛି।


କେତେ ସେ ଭରିଲା କେତେ ରହିଗଲା

ହିସାବ ବା କିଏ ରଖିଛି,

ତୃଷ୍ଣା କଣ କେବେ ମରେ କି ମରିବ

ବହୁ ଶୋଷ ବାକି ରହିଛି।


ଏଇ ଆସିଥିଲା ଦେଖା ବି ସରିନି

ବହୁ କଥା ବାକି ରହିଛି,

ବିଦାୟୀ ଚିଟାଉ ହାତେ ଧରି ଦେଖ

ପୂର୍ଣ୍ଣମୀରେ ଜହ୍ନ ଆସିଛି।


ଅଳ୍ପ ଗଳ୍ପ ସବୁ ଅଧା ରହିଗଲା

ଦି ଧାଡ଼ିରେ ରାତି ପାହିଛି,

କିଏ କହିଥିଲା ଏତେ ବର୍ଷିବାକୁ

ଏବେ ଯିବାକୁ ପାରେନା ମୁରୁଛି।


ଅବଶ୍ୟ ଦି ଘଡି ହୋଇଥିଲା କଥା

ସେ କଥା ମୋ ମନେ ରହିଛି,

ଧାଇଁ ଗଲା ପୁଣି ବୁଡ଼ାଇ ଦେବାକୁ

ଜୀବନ ଜଞ୍ଜାଳ ବାଛିବାଛି।


ବତୁରା ମାଟିର ନରମ ଉଷ୍ମତା

ମନେ ତା ବାସନା ଭରିଛି,

ସେଥିପାଇଁ ବୋଧେ ଫେରିଯିବା ପାଇଁ

ଏତେ ସେ ଅମଙ୍ଗ ହେଉଛି। 


ଶେଷ ଛୁଆଁଟିକୁ ସାଇତିବାକୁ ସେ

ଘୋଟି ଘାଟି ହୋଇ ରହିଛି,

କାହା ସ୍ମୃତି ଏବେ ସାଇତି ରଖିବ

କେତେଙ୍କୁ ତା ମନ ଦେଇଛି। 


ସମୟର ରେଳ ନିର୍ଘଣ୍ଟରେ ଆସି

ଯିବାପାଇଁ ଡାକ ଦେଉଛି,

କି ମାୟା ଜାଲରେ ଲାଖିଛି ତା ପାଦ

ଫେରି ଫେରି ବୁଲି ଚାହୁଁଛି। 


ଶ୍ରାବଣର ଏଇ ଶେଷ ଛୁଆଁଟିକୁ

ଯତନେ ସାଇତି ରଖିଛି,

ଶୁଖିଲା ଶ୍ରାବଣ ବୋଲି ନିନ୍ଦିବେନି

ସଭିଙ୍କୁ ବୁଝେଇ ଦେଇଛି। 


ହେ ଶ୍ରାବଣ ଆଉ ଝରାନା ଲୋତକ

ମୋ ଶୁଖିଲା ଆଖି ଭିଜୁଛି,

ତୋ ଫେରିବା ବାଟ ଚାହିଁ ରହିଥିବି

ଆର ବରଷକୁ ମୁଁ ଇଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract