STORYMIRROR

Banalaxmi Mohanty

Abstract

3  

Banalaxmi Mohanty

Abstract

ମାଆ ଦୁର୍ଗା

ମାଆ ଦୁର୍ଗା

1 min
148


ଶରତ ଆଗମେ କାଶତଣ୍ଡୀ ହସେ

     ଧବଳ ଚାମର ଧରି

ସ୍ବାଗତ ଜଣାଏ ମାଆ ଦୁର୍ଗାଙ୍କୁ ସେ

    ଆସ ମାଆ ଅବତରି।


ଆସ ଆସ ମାଆ ବ୍ରହ୍ମ ଚାରିଣୀ

   ସୁସଜ୍ଜିତ ଏଇ ଧରା

ଅଧର୍ମ ବିନାଶି ଧରମ ପ୍ରକାଶି

   ଉସୁଆସ କର ଧରା।


ଭକତ କରଇ ପୂଜା ଆରାଧନା 

    ଘଣ୍ଟ ଘଣ୍ଟାନାଦ ବେଜେ

ନବଦିନ ପାଇଁ ଏଇ ମରତରେ

   ତୋହରି ମୁରତି ସାଜେ।


ଦୁଷ୍ଟକୁ ସଂହାର କରିଥାଉ ତୁ,ମା, 

    ଭକ୍ତକୁ କରୁ ଉଦ୍ଧାର 

ଅତି ଆକୁଳରେ ଭକତ ଡାକଇ

   କରି ପୂଜା ଉପଚାର।


ଦୁର୍ଗତିନାଶିନୀ ମାଆ ଦଶଭୂଜା

   ଢାଳି ଦିଅ ମା,ଆଶିଷ

ଜଗତବାସୀଙ୍କୁ ସାହା ହୁଅ ମାଆ

   ଘୁଞ୍ଚିଯାଉ ସବୁ କ୍ଲେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract