STORYMIRROR

Jagannath Das

Abstract

3  

Jagannath Das

Abstract

ମୁଁ ସାଜିବି ଲେଖକ

ମୁଁ ସାଜିବି ଲେଖକ

1 min
181

ମୁ ପ୍ରତ୍ୟେକ ଦିନ ଭାବୁଛି

ଲେଖିବି କବିତା,

ବସି ଏକ ନିରୋଳାରେ

ଲେଖିଲେ କି ,ସତେ

ମିଳିବକି ମୋତେ

ଖୁସି ପ୍ରସନ୍ନତା

ମୋ ଭିତରେ ଦିନେ

ନିଜେ ମୋ ଲେଖା କୁ ପଢି

ଶୁଣି ଶୁଣାଇଲି

କିଂତୁ

କେହିଜଣେ ନଥିଲେ

ମୋ ପାଶେ

କିଏ କାହିଁକି ଦବ ,ମୋ

ଲେଖିବାର ମୁଲ

ଦୁର୍ଭାବନା ସବୁ

ଗଗନେ ମିଶେ

ଯେଉ୍ଁଠି ଦୁନିଆ ଦିଶେ

ଶବୁଜ,ସୁନ୍ଦର

ସେଠି ଦୁଃଖ ଯାଇଛିକି ହଜି!

ହସ କାନ୍ଦ ରୋଳ 

ମନ କୁ ଆସେନା

ଭାବନା ରାଇଜେ

ଯାଏ ମୁ ହଜି

ଘଣ୍ଟା ଘଣ୍ଟା ବିତିଯାଉ ପଛେ

ଭାବନାର ଉଷ୍ମ ଶିହରଣେ

ତଥାପି ଲେଖିକି ଦେଖିଛି

ପୁଣି ଲେଖି କି ଦେଖିବି

ଉତ୍ଫୁଲିତ ହୁଏ ଘନଘନ

ମୋ ମନ ଉଦ୍ ବେଳନେ

କେତେବାର ବ୍ୟର୍ଥ ,ପ୍ରୟାସ ପରେ

ଲେଖିବସେ ମୁହିଁ ପୁଣି ଥରେ

ଜୀର୍ଣଶୀର୍ଣ କାଗଜରେ 

ମୁ ଲେଖେଁ,

ପୁଣି ମୁ ପଢି

ଚିରି ଫିଙ୍ଗି ପାରେ

ନ ଲୋଡନ୍ତୁ କେହି ପଛେ

କେବେ ତାଂକ ନିଜ ଅବସରେ,

ମୋର କିଂତୁ ଅତିପ୍ରିୟ

ଅତି ଦରକାରି

ଯେବେ ଗଡିପଡେ ଲୁହ

ଚକ୍ଷୁ ଦୁଇ ଧାରେ

ଲେଖକ ପାଠକ ପ୍ରଭେଦ ନ ରହୁ

ଜୀବନେ ପ୍ରେରଣା ମିଳିବ ଆଗ୍ରହରେ

ନ ହୋଇ ପ୍ରସ୍ତୁତ,

ଅବା ନ କରି ଶେଷ

ଲେଖକ ହବା ପାଇଁ 

କିଛି ଲେଖୁଛି

କେତେ ଯେ ମହାନ 

ଆପଣ ସରବେ

ଲେଖା ଅୟମାରମ୍ଭେ

ମନେ ପଡୁନି କିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract