STORYMIRROR

RUKEYA JABEEN

Abstract

3  

RUKEYA JABEEN

Abstract

ଗାଁ କୂଅ

ଗାଁ କୂଅ

1 min
158

ସାହି ପଡିଶାର ଭଲ ମନ୍ଦ ଖବର ,

ଝିଅ ବୋହୁଙ୍କ ଆଚାର ବ୍ୟବହାର,

ଚାଲି ଚଳଣିର ମାନ ଦଣ୍ଡ ବିଚାର,

ଗାଁ କୂଅ ମୂଳ ସାକ୍ଷୀ ସାଜେ ଏ ସବୁର।


ସୂରୁଜ ମୁରୁଜ ଆଙ୍କେ ପୂରୁବ ଆକାଶେ,

ନୂଆ ବୋହୂ ଓଢ଼ଣା ଟାଣି ଯାଏ କୂଅର ପାସେ,

କୁଆ ରାବେ ନିମ୍ବ ଡାଳେ ସ୍ୱର କର୍କସେ,

ଶାଢ଼ୀ କାନି ପଛପଟୁ ମୃଦୁ ଉଲ୍ଲାସ ଭାସି ଆସେ ।


ରାମା ଢିମା ପଥେ ଭରା ଜଞ୍ଜାଳମୟ ସଂସାର,

ମନ ଅଗଣାକୁ ତାଡି କରେ ନିଇତି ଛାର ଖାର,

ବ୍ୟସ୍ତ ବିବ୍ରତ ଅତିଷ୍ଠ ଯନ୍ତ୍ରଣା ବୁକୁର,

ସେହି ଗାଁ ର କୂଅ ମୂଳେ ପାଏ ଟିକେ ନିସ୍ତାର ।


ମାଉସୀ, ପିଉସୀ, ଜେଜୀ ,ଖୁଡୀଙ୍କ ସ୍ନେହ ଆଦର,

ନଣନ୍ଦ ଭାଉଜ ଭିତରେ ରଙ୍ଗ ଥଟ୍ଟା ମଜାର,

କୂଅ ମୂଳରୁ ଆରମ୍ଭ ଖିଅ କେତେ ସମ୍ପର୍କର,

ପୁଲିର ଦଉଡା ସରି ଛନ୍ଦେ ଭାବନାର ଡୋର ।


ବିଗତ ଦିନେ ଗାଁ ର ଗଉରବ ବଢାଉଥିଲା କୂଅ,

କୂଅର ଚଉତରା ଦେଖି ବାହା ଦେଉଥିଲେ ଝିଅ,

ବାହାରେ ଦଉଡା ତାର ସୁଚାଉଥିଲା ମହାତ୍ମ୍ୟ,

ପଥିକଙ୍କୁ କହୁଥିଲା ପାଣି ମୋର ଥରେ ପିଅ।


ବୁଲାବିକାଳିର ସେ ଆଶ୍ରୟସ୍ଥଳୀ,

ବୁଝୁଥିଲା ହୃଦୟ ଭଳିକି ଭଳି,

ମେଲୁଥିଲା ପସରା ଓଳି ପରେ ଓଳି,

କେବେ ବାଣ୍ଟୁଥିଲା ଖୁସି କେବେ ହଉଥିଲା କଳି।


ଆଉ ନାହିଁ ଗାଁର ସେ ସୁନ୍ଦର ଦୃଶ୍ୟ,

କୂଅ ମୂଳେ ଜମା ବିଭିନ୍ନ ବୟସ,

ସହରି ଢାଞ୍ଚାରେ ଏବେ ସଭିଏଁ ହରଷ,

ଭଲ ଲାଗୁନି ଆଉ କୂଅ ମୂଳ ପରିବେଶ ।


କୂଅ ପାଣି ଏବେ ସମ୍ପୂର୍ଣ୍ଣ ଅଶୁଦ୍ଧ,

ବ୍ଲିଚିଂ ପାରୁନି କରି ତାକୁ ତ ଶୁଦ୍ଧ,

ପ୍ରତିଟି ଘରୁ ଶୁଭେ ନଳକୂପ ଶବଦ,

ଆକ୍ୱଗାର୍ଡ ଲୋଡା ପୁଣି ଦେଇ ଟଙ୍କା ନଗଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract