STORYMIRROR

Balaram Sabar

Abstract

3  

Balaram Sabar

Abstract

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
202

ମେଘର ଶଦ୍ଦରେ କମ୍ପେ ତ୍ରିଭୁବନ

ବିଜୁଳି ଚମକ ରାତି 

ଘଡଘଡି ସାଥେ ବରଷା ପବନ

ମର6ତ ଆସିଲା ଖସି ।


ଦେବକୀ ଗର୍ଭରୁ କୃଷ୍ଣ ଜନମିଲେ

ଧର୍ମର ସ୍ଥାପନ ପାଇଁ 

ବସୁଦେବ ନେଇ ଛାଡିଲେ ଗୋପରେ

ବଢ଼ିବେ କଳା କହ୍ନେଇ ।


କୃଷ୍ଣଙ୍କ ସ୍ପର୍ଶରେ କାରାଗାର ଦ୍ଵାର 

ପଡ଼ିଲା ସବୁ ଯେ ଖୋଲି

ବିନା ବିପଦରେ ବସୁଦେବ ଗଲେ 

ନେଇ ପୁଣି ବନମାଳି।


ଗୋପପୁର ଯାଇ ଯଶୋଦା କୋଳ ରେ

ଥୋଇ ଯେ କଳା କହ୍ନେଇ

ଯୋଗମାୟାଙ୍କୁ ଯେ ନେଇ ନ ଆସିଲେ 

କଳା ଶ୍ରୀମୁଖକୁ ଚାହିଁ ।


ଆଜି ସେହି ଦିନ ହେ ବନ୍ଧୁ ବାନ୍ଧବୀ 

ଘେନନ୍ତୁ ଶୁଭେଚ୍ଛା ମୋର 

ପାପୀର ବିନାଶ ପାଇଁ ଆଜି ପ୍ରଭୁ

ଧରାଧାମେ ଅବତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract