STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
208


ଅଟେ ଜୀବନରେ       ସ୍ମୃତିର ଏ ଦିନ

      ପରାଧୀନ ଯନ୍ତ୍ରଣାର,

୧୮୫୭ ଟିରୁ         ୧୯୪୫ ତକ

     ଆନ୍ଦୋଳନ ସଂଗ୍ରାମର।


ବ୍ରିଟିଶ ଅଧିନେ       ଥିଲା ଆମ ରାଷ୍ଟ୍ର

     ଥିଲେ ଆମେ ପରାଧୀନ,

ତାଙ୍କ ଅତ୍ୟାଚାରୁ     ଯନ୍ତ୍ରଣା ଅପାର

     ଦୁଃଖିତ ଥିଲେରେ ଜନ।


ଶହୀଦ ହେଲେରେ     କେତେ ଦେଶବାସୀ

      ଭୋଗିଲେ କାରା ଯନ୍ତ୍ରଣା,

ହସିହସି କେତେ      ଫାଶିରେ ଚଢିଲେ

      ଅହିଂସା ହେଲା ମନ୍ତ୍ରଣା।


ମନ୍ତ୍ର ଅହିଂସା ଟି       ବ୍ରହ୍ମଅସ୍ତ୍ର ହେଲା

     ରାଷ୍ଟ୍ରପିତା ମହାତ୍ମାଙ୍କ, 

ତାଙ୍କ ମନ୍ତ୍ର ବଳୁ      ହେଲେରେ ସ୍ବାଧୀନ

     ସ୍ମୃତି ଦିନ ଶହୀଦଙ୍କ।


ଅଗଷ୍ଟ ପନ୍ଦର        ସ୍ବାଧୀନ ଦିବସ

      ୭୬ ତମ ଦିବସଟି,

ଆଜାଦୀ ଅମୃତ      ମହୋତ୍ସବ ପୁଣି

     ଗୁଞ୍ଜୁଛି ଆମ ରାଷ୍ଟ୍ରେଟି।


ଘରେ ଉତ୍ତୋଳନ     ରାଷ୍ଟ୍ରୀୟ ତ୍ରିରଙ୍ଗା

      ରାଷ୍ଟ୍ର ପ୍ରେମ ଜନଜନ,

ରାଷ୍ଟ୍ର ଗାନ ପୁଣି       ଗୁଞ୍ଜନ କରୁଛି

      ଶ୍ରଦ୍ଧା ଭକ୍ତି ଅଭିମାନ।


ଶ୍ରଦ୍ଧାଞ୍ଜଳି ପୁଣି      ବୀର ଶହୀଦଙ୍କୁ

      ସ୍ମୃତିରେ ଟି ଜନଜନ,

ଏକତା ସନ୍ଦେଶ      ଦେଉଛି ତ୍ରିରଙ୍ଗା

      ଆସିଛି ଗୌରବ ଦିନ।


ପ୍ରତିଜ୍ଞା ଟି ଆମ      କରିବା ସୁରକ୍ଷା

     ହେବାରେ ଆତ୍ମନିର୍ଭର,

ଆତ୍ମବିଶ୍ବାସ ଟି      ଗୁଞ୍ଜିବ ରାଷ୍ଟ୍ରରେ

      ପ୍ରତିଜ୍ଞା ଥିବ ଆମର।


ବିଶ୍ବଗୁରୁ ସ୍ବପ୍ନ       ସାକାର କରିବା

     କରିବା କର୍ମ ଅପାର,

ସବୁ ଆବିଷ୍କାର      କରିବା ରାଷ୍ଟ୍ରରେ

     ଥିବ ଅହିଂସାର ଧାର।


ଥିବ ସମଭାବ      ନଥିବରେ ହିଂସା

     ନଥିବରେ ଜାତିବାଦ,

ରାଷ୍ଟ୍ର ପ୍ରେମ ଭକ୍ତି      ଥିବ ଜନତାଙ୍କ

     ପ୍ରତିଜ୍ଞାରେ ରାଷ୍ଟ୍ରବାଦ।


ଗୌରବର ଗାଥା     ଲେଖୁଛି ଭାରତ

     ବିଶ୍ବେ ହୁଏ ଜୟକାର,

କୃଷ୍ଣ ରାମ ଭୂମି      ଭାରତ ଏ ଭୂମି

     ଜଗା ଭକ୍ତି ନିରନ୍ତର।   


କର୍ମ ଭୂମି ଏହୁ       ଧର୍ମ ଭୂମି ଏହୁ

    ସତ୍ୟ ଅହିଂସାର ଭୂମି,

ଭୂମି କର୍ତ୍ତବ୍ୟର      ଜ୍ଞାନର ଏ ଭୂମି   

    ଅଟେରେ ତପସ୍ୟା ଭୂମି।


ଏକ ରାଷ୍ଟ୍ର ଆମ      ଏକହିଁ ବିଧାନ

    ଚିହ୍ନଟି ଆମ ତ୍ରିରଙ୍ଗା,

କରିବା ଆଦର      ମନପ୍ରାଣ ଦେଇ

    ଅସ୍ତିତ୍ଵ ଆମ ତ୍ରିରଙ୍ଗା।


ଗର୍ବ ଅଭିମାନ      ତ୍ରିରଙ୍ଗା ଆମର

    ରତନ ଜୀବନେ ପରା,

ଅମୂଲ୍ୟ ରତ୍ନକୁ      ସୁରକ୍ଷା କରିବା

    ରାଷ୍ଟ୍ରର ସୁରକ୍ଷା ପରା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract