Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ରାକ୍ଷୀ

ରାକ୍ଷୀ

1 min
141


ଭାବରେ ବନ୍ଧା ଭାଇ ଭଉଣୀ

ଜାଣିଛ କିଏ କହ

କେତେ ସେନେହ ତାଙ୍କ ଭିତରେ

ରହିଛି ଦେଖି ନିଅ ।


ବରଷକରେ ରାକ୍ଷୀ ପୁନେଇଁ

ଆସଇ ଥରଟିଏ

ଭାଇ ହାତରେ ବାନ୍ଧିବ ରାକ୍ଷୀ

ଭଉଣୀ ଚାହିଁଥାଏ ।


ଆସଇ ଯେବେ ସେହି ଦିନଟି

ମନଟି ତାର ଖୁସି

ଭାଇ ହାତରେ ରାକ୍ଷୀ ବାନ୍ଧି ସେ

ଦିଅଇ ଟିକେ ହସି ।


ରେଶମୀ ରାକ୍ଷୀ ରହିଛି ସାକ୍ଷୀ

ଭାବର ସୂତା ଖିଅ

ଭାଇ ଭଉଣୀ ସେନେହ ପ୍ରୀତି

ଦେଖିଛି ଅହରହ ।


ଭାଇଟି ତାର ସୁରକ୍ଷା ଦେବ

ବିପଦ ଆପଦରେ

ମନାସେ ଶୁଭ ଭାଇଟି ତାର

ଥାଉ ସର୍ବ ଶୁଭରେ ।


ରକ୍ଷା ବନ୍ଧନ ଉତ୍ସବ ଆମ

ପବିତ୍ର ସମ୍ପର୍କର

ସାକ୍ଷୀ ରହିଛି ସଦା ସର୍ବଦା

ଆମ ପରମ୍ପରାର ।


ଶୁଭ ଲଗନେ ରାକ୍ଷୀଟି ବାନ୍ଧେ

ଭଉଣୀ ଭାଇ ହାତେ

ଜଗନ୍ନାଥଙ୍କ କରୁଣା କଣା

ମନାସେ ତାହା ସାଥେ ।


Rate this content
Log in

Similar oriya poem from Abstract