STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

🍁🍁🍁ରାଷ୍ଟ୍ରୀୟ ତ୍ରିରଙ୍ଗା🍁🍁

🍁🍁🍁ରାଷ୍ଟ୍ରୀୟ ତ୍ରିରଙ୍ଗା🍁🍁

1 min
133


ଜୀବନେ ସର୍ବୋଚ୍ଚ ତ୍ରିରଙ୍ଗା ଅଟରେ ମାନ ଓ ସମ୍ମାନ ଆମ,


ରାଷ୍ଟ୍ର ଧ୍ବଜା ଏହୁ ସ୍ବାଧୀନତା ଚିହ୍ନ


ଉଡୁ ଘରେ ଘରେ ଆମ।


ପନ୍ଦର ଅଗଷ୍ଟ ସ୍ବାଧୀନ ଦିବସ ଧ୍ବଜାରେ ରାଷ୍ଟ୍ର ତ୍ରିରଙ୍ଗା


ଲାଲ୍ ଦୁର୍ଗେ ତାର ହେବ ଉତ୍ତୋଳନ 


ବହିବରେ ଭକ୍ତି ଗଙ୍ଗା।


ରାଷ୍ଟ୍ର ଭକ୍ତି ଗଙ୍ଗା ହୃଦେ ପ୍ରବାହିତ ଜନଜନଙ୍କରେ ଏବେ,


ରାଷ୍ଟ୍ର ପ୍ରୀତି ପ୍ରେମ ଅଙ୍କୁରିତ ହୁଏ


ରାଷ୍ଟ୍ର ଭକ୍ତି ପ୍ରେମ ଏବେ।


ଶିକ୍ଷାନୁଷ୍ଠାନେ ହେବରେ ଉତ୍ତୋଳନ ହେବରେ କାର୍ଯ୍ୟାନୁଷ୍ଠାନେ


ହେବ ଘରେ ଘରେ ଉତ୍ତୋଳନ ତାର


ଗୁଞ୍ଜିବ ଟି ଖୁସି ମନେ।


ବନ୍ଦେ ମାତରମ୍ ରାବ ଗୁଞ୍ଜୁ ଥିବ ଗୁଞ୍ଜୁ ଥିବ ଜୟ ହିନ୍ଦ


ହେବ ଜୟକାର ଭାରତ ମାତାର


ଶୁଭୁ ଥିବ ଜୟ ହିନ୍ଦ।


ସାଂସ୍କୃତିକ ଦୃଶ୍ୟ ରାଷ୍ଟ୍ରୀୟ ଉତ୍ସବେ ମନମହୁ ଥିବଜନେ,


ମୃଦଙ୍ଗର ଧ୍ବନି କମ୍ପିତ କରିବ


ଦେଶ ଶତ୍ରୁଙ୍କର ମନେ।


ଲୋକତନ୍ତ୍ର ପରା ପବିତ୍ର ଭାରତ ତ୍ରିରଙ୍ଗା ଯାହାର ଧ୍ବଜା,


ମୁଖ୍ୟ ଧାରାରେ ଟି ଆସିଲେ ସମସ୍ତେ


ଅଧିକାରେ ଏବେ ପ୍ରଜା।


ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କୁ ସମ୍ମାନ


ମିଳିଲାରେ ଏବେ ଦେଶରେ ସର୍ବୋଚ୍ଚ 


ମହାମହିମଙ୍କର ସ୍ଥାନ।


ନାହିଁ ପଛେ କେହୁ ସମସ୍ତେ ସମାନ ଏହୁତରେ ଲୋକତନ୍ତ୍ର,


ଦେଲାରେ ତ୍ରିରଙ୍ଗା ଏକ ଶୁତ୍ରେ ବାନ୍ଧି


ଏହୁ ଲୋକତନ୍ତ୍ରେ ମନ୍ତ୍ର।


ସ୍ୱାଧୀନତା ପର୍ବ ଦେଶରେ ପାଳିତ ରାଷ୍ଟ୍ରୀୟ ଉତ୍ସବ ଏହୁ,


ଧ୍ବଜା ଘରେ ଘରେ କର ଉତ୍ତୋଳନ


ଏକତାର ମନ୍ତ୍ର ଏହୁ।


ରାଷ୍ଟ୍ର ଭକ୍ତି ପ୍ରେମ ଗୁଞ୍ଜୁ ସର୍ବାଙ୍ଗରେ ମନ୍ତ୍ର ଗୁଞ୍ଜୁ ସମଭାବ


ବହୁ ବର୍ଷ ପରେ ମୁଖ୍ୟ ଧାରେ ସବୁ


ଆଣିଲା ରାଷ୍ଟ୍ର ଗୌରବ।


ରାଷ୍ଟ୍ର ପର୍ବ ଏହୁ ବରାବର ସବୁ ନାହିଁରେ ପଛରେ କେହୁ,


ହେଲାରେ ସାକାର ଲୋକତନ୍ତ୍ର ବଳୁ


ନାହିଁ ପଛେ ଆଉ କେହୁ।


ଦଳିତ ଥିଲେରେ ପୂର୍ବ ରାଷ୍ଟ୍ରପତି ଏହୁତ ରାଷ୍ଟ୍ର ଗୌରବ


ଆଦିବାସୀ ହେଲେ ରାଷ୍ଟ୍ରପତି ଆମ


ଏହୁତ ଗାଆଁ ଗୌରବ।


ରାଷ୍ଟ୍ରପିତାଙ୍କର ସ୍ବପ୍ନ ପୁରା ହେଲା ପଛେ ନାହିଁ ଆଉ କେହୁ,


ରାମରାଜ୍ୟ ସ୍ବପ୍ନ ପୂରଣ ହୋଇଲା


ଲୋକତନ୍ତ୍ର ମନ୍ତ୍ର ଏହୁ।




Rate this content
Log in

Similar oriya poem from Abstract