STORYMIRROR

Jagannath Das

Abstract

3  

Jagannath Das

Abstract

ଅଭ୍ୟାସ ଯୋଗ ଯୁକ୍ତେନ

ଅଭ୍ୟାସ ଯୋଗ ଯୁକ୍ତେନ

1 min
202

ଦିଅ ବୋଳି ଲଲାଟେ

ଯାଅ ବିଶ୍ବ -ହାଟେ

ପୁଣ୍ୟ କିଛି ବିକି ବିକି

ପୁର୍ଣ୍ଣ ଦମ୍ଭ ଭରେ

ନ ନୁଆଁଇ ଶିର

ନଡରି କାହାରି 

ଶୁଣି ସ୍ପର୍ଦ୍ଧାପୂର୍ଣ୍ଣ ଗର

ନ ଟଳି ସତ୍ୟର ପଥୁ 

ତିଳେ ମାତ୍ର କଦା

ସଂଯତ ସୁସ୍ଥିର ରଖି

ଆତ୍ମାକୁ ସର୍ବଦା

ଚାଲ ନିର୍ବିକଳ୍ପ ଚିତ୍ତେ

ନ ମାନି କିଛି

ବାଧା ବିଘ୍ନ 

ଶ୍ରୀମଦ୍ଭଗବଦ୍ ଗୀତାରେ

ଯାଣ କହିଛନ୍ତି

ଯୋଗେଶ୍ବର ଶ୍ରୀକୃଷ୍ଣ

ଅଭ୍ୟାସ ଯୋଗ ଯୁକ୍ତେନ

ନିତ୍ୟ ଯୁକ୍ତସ୍ୟ ଯୋଗିନଃ

ଆପଣାର ପ୍ରାପ୍ୟ ଛଡା

ଅନ୍ୟ କିଛି ନକରି ଗ୍ରହଣ

ସତ୍ୟ ପଥେ ପଣ୍ୟ ବିକି

ସତ୍ୟ ମାର୍ଗ ନକରି ଲଂଘନ

କଡାକ୍ରାନ୍ତ ବୁଝିଦେବେ ପ୍ରାପ୍ୟ ତୋର

ଯେତେକ ସତ୍ବର

ପରମେଶ୍ବର ଭରିଦେବେ

ପ୍ରାଣ କୁମ୍ଭ କରି ପରିପୂର୍ଣ୍ଣ 

ଜାଣ କହିଛନ୍ତି 

ଶ୍ରୀମଦ୍ଭଗବଦ୍ ଗୀତାରେ 

ଯୋଗେଶ୍ବର ଶ୍ରୀକୃଷ୍ଣ

ଅଭ୍ୟାସ ଯୁଗ ଯୁକ୍ତେନ

ନିତ୍ୟ ଯୁକ୍ତସ୍ୟ ଯୋଗିନଃ

ଗୀତା ଦର୍ଶନକୁ କାର ଶକ୍ତି ଅଛି

କରିବ ପୁଂଖାନୁପୁଂଖ ବର୍ଣ୍ଣନ

ସତ୍ୟକୁ ଓଗାଳି

ସତ୍ୟ ଭ୍ରଷ୍ଟପଥେ 

କେବେ ବଜ୍ରେ ହାଣି 

କ୍ରୁର ହସ୍ତେ କରିପାରିବନି

ତାର ଶିର ଛେଦନ

ସେହି ଦିନ ସରିଯିବ

ବିଶ୍ବହାଟେ ପୁଣ୍ୟର ସମ୍ଭାର

ନିର୍ଭୟ ମନେ,ପ୍ରଫୁଲ୍ଲ ବଦନେ

ଜିବନ ସାରା ମିଛକାର୍ଯ୍ୟେ

ରହି ଅଭ୍ୟାସେ ନମାତି

କରଣିରେ କିଛି ନକରି

କି ହେବ ଦେଲେ ଗୀତା ପ୍ରବଚନ

ଜାଣ କହିଛନ୍ତି

ଯୋଗେଶ୍ବର ଶ୍ରୀକୃଷ୍ଣ

ଅଭ୍ୟାସ ଯୁଗ ଯୁକ୍ତେନ

ନିତ୍ୟ ଯୁକ୍ତସ୍ୟ ଯୋଗିନଃ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract