ମତେ ଲାଜ ଲାଗେ ଭାରି
ଦେଖି ଫଗୁଣର ସାତଫେରି
ନବପଲ୍ଲଵ ହାତେ ଧରି
ସକାଳ ସୁନ୍ଦରୀ ଦିଶେ ସିନ୍ଦୁରୀ
ଅଗଣାରୁ ପଳାତକ ସାଜି
ଯାଆନା ଫେରି
ଋତୁ ଆସୁ ଯାଉ କିଛି ବି ନଦେଉ
ପ୍ରେମ ପୁଲକ ରେ ଜୀବନ ଭରି
ରଙ୍ଗ ବୋଳି ହସୁ ଦୁବ କେରିକେରି
ମତେ ଲାଜ ଲାଗେ ଭାରି
ପ୍ରତାରକ ସାଜି ଯାଆନା ଫେରି
ଅତୀତ ସ୍ମରି
ପ୍ରେମ ନୈବେଦ୍ୟ ପାଇ ଚଗଲି ଛାଇ
ନୀଳ ମେଘ ପରୀ ଓଢଣା ତାହାରି
ଫୁଲ ଫଗୁଣରେ ଚମତ୍କାର ଭାରି
ସାତରଙ୍ଗ ବୋଳି ମାରୁ ପିଚକାରୀ
ମତେ ଲାଜ ଲାଗେ ଭାରି
ପରଦେଶୀ ପରି ଯାଆନା ଫେରି
ଆଜି କଥା କାଲିକୁ ଭାରି
ବାଟ ଘାଟ ହୁଳସ୍ତୁଲ ଗଲେ ତୁ ଫେରି
ନାଟ ରେ ଜୀବନ ଡ଼ଙ୍ଗା ଟା ଭାରି
ହାଟ ରୁ ପଥିକ ଆ ତୁ ଜଲଦି ଫେରି
ପଳାଶ ଫୁଲ ଡାକେ ହାତଠାରି
ମତେ ଲାଜ ଲାଗେ ଭାରି
ନିଉଛୁଣା ହୋଇ ଗଲେ ତୁ ଚାଲି
କହିବେ ପିଇ ମହୁଲି
କେମିତି ବୁଝିବୁ କୁହୁ କହେ କୋଇଲି
ନଈ ଚଗଲି କବି କବିତାମନସ୍କ ଖାଲି
ଯାଆନା ବୁଲି ବରଷକ ଯାଏଁ
ଅଗଣା ପଡିବ ଖାଲି ରଙ୍ଗ ନଥିବ ଖାଲି
ଆସି ବରଷକେ ଥରେ ଯାଉ ଫେରି
ମତେ ଲାଜ ଲାଗେ ଭାରି