STORYMIRROR

Bijayalaxmi Acharya

Romance

3  

Bijayalaxmi Acharya

Romance

ଚୋରା ଚାହାଣି

ଚୋରା ଚାହାଣି

1 min
473


ଅତି ଅସମ୍ଭବ ଭାବେ

ଧାରା ପଡ଼ିଗଲି ସେ ଦିନ

ତୁମର ସେ ରୋମାନଚିତ ମାଦକିତ

ଆକର୍ଷିତ ଚାହାଣୀରେ

ଯେତେବେଳେ ମୁଁ ଫିକ କିନି

ହସିଦେଲି ତୁମରି କଥାରେ ।

ଫୁଲ ଠାରୁ ଆହୁରି ଫୁଲେଇ

ଜହ୍ନ ଠାରୁ ଆହୁରି ଗେଲହେଇ

ମନ ଠାରୁ ଆହୁରି ମନେଇ

ମଉନାବତି ମୋ ମନ ଟାକୁ

ନେଲ ତୁମେ ମୋ ଠାରୁ ଚୋରେଇ ।

ସବୁ ଜାଣି ନ ଜାଣିବାକୁ

ମନ ହୁଏ ଆଜି,,

ରହିଥାଉ ମନ ଟା ସେଠାରେ

ବନ୍ଦୀ ହୋଇ।।

ଭଲ ଲାଗେ ଫିକା ଫିକା

ପ୍ରେମରେ ବନ୍ଦୀ ହୋଇ

ଭିଜା ଭିଜା ଚାନ୍ଦିନୀ ରାତିରେ

ଆକସ୍ମିକେ ଧରା ପଡ଼ିବାକୁ

ପ୍ରିୟାର ସେ ଦୁଷ୍ଟାମୀ ଆଖିରେ।।(ବିଜୁ)


ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)

ଜଗତସିଂହପୁର ଲେଖିକା

ସଂସଦ ର ସଭାପତି,,,

ଫୋନ---7873041750

8917207835


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance