STORYMIRROR

Manorama Sahoo

Romance Others

4  

Manorama Sahoo

Romance Others

ନୂଆ ବର୍ଷେ ତୁମେ

ନୂଆ ବର୍ଷେ ତୁମେ

1 min
267


ତୁମେ ତ କହିଦେଲ 

କଥା ହୋଇପାରିବି(କି)?? କହି ପ୍ରଶ୍ନରେ 

ଆରମ୍ଭ କରିଦେଲ କଥା

ମୁଁ ରହିଗଲି ଦ୍ବନ୍ଦ୍ୱ ଉତ୍ତରରେ ।


ନୂଆ ବର୍ଷ ଶୁଭେଚ୍ଛା ରେ ସଂକ୍ଷିପ୍ତ ଉତ୍ତର

କଥା ନହେବାର ମୋର କ୍ଷୁଦ୍ର ଅଭିମାନ 

(ନା), ମୁଁ ଅଭିମାନ କଣ ପାଇଁ କରିବି (?)

ରାଗ ଅଭିମାନ ନିଜର ମାନଙ୍କ ଉପରେ ଆସେ

ତୁମେ ମୋର କିଏ ନିଜର କି (?)


ତୁମେ ଟାଣିଦେଲ କଥାରେ କ୍ଷୁଦ୍ର ରେଖାଟିଏ

ମୁଁ ମାନିନେଲି ତାକୁ ଲକ୍ଷ୍ମଣ ରେଖା 

ପୁଣି ଆଜି ଏ କଥାର ପୁନରାବୃତ୍ତି କାହିଁକି(?)

ମୋ ସହିତ କଥା ନହେଲେ ତୁମର ଅବଶୋଷ ରହିଯିବ

ମୋ ପାଇଁ ତୁମ ମନରେ ପୁଣି ଅବଶୋଷ !!

ସତରେ ଶକ୍ତ ଝଟକା ଟିଏ ଲାଗିଲା।


ତୁମେ (କ'ଣ) ସାଜିପାର କ୍ଷଣକେ ବିଜୁଳି

ପୁଣି କରିଦିଅ କ୍ଷଣେ ଆଲୋକିତ ପୃଥିବୀ!!

ତୁମେ (କ'ଣ )ସାଜିପାର ମୌସୁମୀ ର ଝଡ଼

ପୁଣି କରିଦିଅ ନଦୀ ଗର୍ଭକୁ ପୂରଣ!! 

ତୁମେ କଣ ସାଜିପାର ଅମାବାସ୍ୟା ର ଅନ୍ଧକାର

ପୁଣି କରିଦିଅ ପୂର୍ଣ୍ଣିମା ଆଲୁଅରେ କଇଁ କୁ ସଜଳ।।


(ନା) ଏ ଦ୍ବନ୍ଦ୍ୱ ରେ ମୁଁ ପଡ଼ିବିନି

ବାରମ୍ବାର ଏ ଅବଶୋଷ ର ପତ୍ର କାହିଁକି(?)

 ବହୁପୂର୍ବରୁ ଯାହା ତୁମେ ଲେଖି ଚିରିଦେଇଛ

ପୁଣି କଡ ଲେଉଟାଇ ପିପାସା ରଖୁଛ।।


ମୋ ଉତ୍ତରରେ କେବଳ ନା

ତୁମେ ଫେରିଯାଅ ତୁମ ବାଟରେ

ଆମ ରାସ୍ତା କେବେ ଥିଲା ଏକାଠି

ଏବେତ ଆମେ ଆଉ ଆମେ ହୋଇନାହେଁ ।

 

ଅଛି ତ କେବଳ ମୁଠା ମୁଠା ସ୍ମୃତି

ଏହି ସ୍ମୃତି ର କୋଣେ ଅନୁକୋଣେ

ତୁମ ଅଲିଭା ଗୁଂଜରିତ ସ୍ୱର

ଯାହାକୁ କବେବି ଭୁଲିହୁଏନା 

ଯିଏ କେବଳ ଅନୁଭୂତ କରାଏ 

ମୁଁ କେବଳ ତୁମର ବୋଲି!!!


କିନ୍ତୁ ଆମ ମଧ୍ୟରେ ଦୂରତା ର ପାହାଚଟି 

ବିଛାଡି ଦେଇଛି ସ୍ଵଳ୍ପତା ମଧ୍ୟରେ

ଯାହାକୁ ତୁମେ ବି ଝୁରି ହେଉଛ ଏବେ 

ଏଇ ଜାନୁୟାରୀ ର ପହିଲି ପାହାନ୍ତା ରେ।


ତୁମେ ଜାନୁୟାରୀ କୁ ପ୍ରଶ୍ନରେ ସାଜିଲ

ମୁଁ ଉତ୍ତର ସାଜିଲି ଡିସେମ୍ବରକୁ

ତୁମେ କଥା ହବାର ପୁନରାବୃତ୍ତି କରିଲ

ମୁଁ ପରିସମାପ୍ତିର ବ୍ୟାଖ୍ୟା କରିଲି(!!!)


ଏହି ତ ସେହି ଦୂରତା ତମ ମୋ ମଧ୍ୟରେ

ଯାହା ନିକଟ ରେ ଥାଇ ମଧ୍ୟ 

ଯୋଜନ ଯୋଜନ ଦୂରତାରେ ଭରା,

ଛୁଇଁ ପାରିବାର ଅସମ୍ଭବତାରେ

ଆଙ୍କି ହେଉଥିବା ମିଛ ସ୍ବପ୍ନ

ଯାହା ତୁମେ ଏବେ ଖୋଜୁଛ

ଆଉ ମୁଁ ଅପାସୋରା ବାଟରେ ବାଟୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance