STORYMIRROR

ABADHOOT PANDA

Romance Inspirational

4  

ABADHOOT PANDA

Romance Inspirational

ବାସନ୍ତିକ ଆହ୍ୱାନ

ବାସନ୍ତିକ ଆହ୍ୱାନ

2 mins
333


ହେ ବସନ୍ତ ଆସ ଚାଲିଆସ ପାଖକୁ

ମଳୟକୁ ନେଇ ସାଥିରେ ନନ୍ଦନ

କାନନକୁ ଯହିଁ ଅପେକ୍ଷା ରତ ଆମେ

ପ୍ରେମୀ ଯୁଗଳ ପ୍ରମୋଦ ଉଦ୍ୟାନେ

ଲଭିବାକୁ ତୁମର ମଦନ ମାଦକ ଚୁମ୍ବନ l


ହେଲେବି ଆଜି ପରିବର୍ତ୍ତନ ପାର୍ଥିବ

ଜଳବାୟୁର କେବେବି ହୋଇନଥିବ

ଅନ୍ୟଥା ପ୍ରଦୂଷିତ ତୁମ ଇନ୍ଦ୍ର ଭୁବନର

ଅପସରା ମଣ୍ଡିତ ନନ୍ଦନ କାନନ ଆଉ

ପାରିଜାତଲଗ୍ନା କବରୀ ତାଙ୍କର

ନୃତ୍ୟ ବିଛୁରିତ ଘୁଙ୍ଗୁରୁ ନିନାଦଗୁଞ୍ଜନ l 


ଆମେ ନବ ତରୁଣ ତରୁଣୀ ଏକ ବିଂଶ

ଶତାବ୍ଦୀର ଜାଣୁନା ଆତ୍ମାର ନିର୍ଯ୍ୟାସ

କେବଳ ଉନ୍ମାଦେ ଅଭିଳାଷୀ ସଦା

ଆକାଶ ଜାଲ କର୍ତ୍ତୁତ୍ୱ ଆଦିରସ

ଚଳଚିତ୍ରେ ହେବାକୁ ମଜ୍ଜିତ l


କର ତୁମ ଅମୃତମୟ ସ୍ପର୍ଶେ ଆମ

ସୁପ୍ତ ଦୁର୍ବଳ ଆଦିରସେ ଆପ୍ଲୁତ ଜୀର୍ଣ୍ଣ

ସତ୍ତାକୁ କାହିଁକିନା ଅଧୁନା ଆମେ ସଦା

ବିବ୍ରତ କଳେ ବଳେ କୌଶଳେ ବଞ୍ଚି

ରହିବା ନିମନ୍ତେ ନିଜକୁ କରି କୃତ୍ରିମେ

ଆପ୍ୟାୟିତ ଆଉ ନୀତି ଗୁଣ ବର୍ଜିତ l


ଆଜିର ନବ ଯୁବା ଗୋଷ୍ଟୀ ଆମେ ନାହିଁ

ଆମର ଅସଲି ପରାକ୍ରମ ବାସର

ରାତିରେ ବୋଳି ହେଲେ ଗାତ୍ରେ ସୁଦ୍ଧା

ସୁବାସିତ ଅତର ଆଉ ଉଦ୍ଦୀପକ

ବଟିକା ସକଳ ତୋଷିବାକୁ ସନ୍ତାନ

ବିକଳ ପ୍ରାଣ ଆମ ଅର୍ଦ୍ଧାଙ୍ଗିନୀଗଣଙ୍କର

କନ୍ଦର୍ପର ପୁଷ୍ପଶର ପରଶେ ଆକ୍ରାନ୍ତ l


ବୁଝିବାରେ ଅସମର୍ଥ ଆମେ ନବ

ଯୁବକ ଆଜିର ବିକାଶଶୀଳ ଜଡ଼ବାଦୀ

ଦୁନିଆଁର ତରୁଣୀ ମନର ଗୁପ୍ତ ନିବେଦନ

ଲଭିବାକୁ ଚରମ ତୃପ୍ତି ଦାମ୍ପତ୍ୟ ପ୍ରେମର

ଭରପୁର ଉପଚାର କରିବାକୁ ଗଠନ

ଭାବି ବଂଶଧର ସ୍ଵଜଠରେ ସତତ l


ଭେଜାଲ ରସାୟନ ମିଶ୍ରିତ ଭୋଜନ

କରି ଚାଲିଛି ଯୁବପୀଢ଼ିର ଶୌର୍ଯ୍ୟ

ଶୋଷଣ ଅପାରଗ କରଣେ ସେମାନଙ୍କ

ଦାମ୍ପତ୍ୟ ଜୀବନ କଳେ ବଳେ

କୌଶଳେ ତୋଷି ସଦା ବଣିକ ମଣ୍ଡଳେ l


ଦାମ୍ପତ୍ୟ ସଂଘର୍ଷ ବଢ଼ି ବଢ଼ି ଚାଲେ ଦିନକୁ

ଦିନ କରି ଆଶରା କଳଗଢ଼ା ବଟିକାରେ

ମେଣ୍ଟାଇବାର୍ଥେ ଗାତ୍ର କ୍ଷୁଧା ରମଣୀର

ପୌରୁଷ ବଡ଼ିମାରେ ଭ୍ରମି ସଦା ପ୍ରବୃତ୍ତି ଆତୁରେ l


ହେ ବସନ୍ତ! ଯଦି ଟିକେ ବସନ୍ତ ପାଖରେ

ଆମ, ହୁଅନ୍ତୁ ଆମେ କୃତାର୍ଥ ଲଭି

ଆପଣଙ୍କ ସାନ୍ନିଧ୍ୟ ସୁଖ ଆଉ କରନ୍ତୁ

ପ୍ରାର୍ଥନା ଶିରେ ବର୍ଷିବାକୁ ତଵ ଦୈବାଶୀଷ

ରସାୟନ ପିୟୁଷ, ମନ୍ଦ ମଳୟ ବେଷ୍ଟିତ ମଧୁ ମାସେ l


ହେ ବସନ୍ତ! କରନ୍ତୁ ଆମ ଅଳି ଶ୍ରବଣ

ଗୋଚର ନଭୋଗୁ ଆମେ ଅନ୍ତସାରଶୁନ୍ୟ

କୋରଡ଼ା ତାଡ଼ନା ଚଳିତ ଶତାବ୍ଦୀର,

ପରିବର୍ତ୍ତେ କାମନା ଆମର ହୃଷ୍ଟପୃଷ୍ଟ ରହୁ

ଅବିରତ ଯୌବନ ଆମ ନବ ଯୁବକ

ପିଢ଼ିର ନପୋଷି ମନେ କେବେ ତରୁଣୀ

ସମାଜ ପ୍ରତି ଭ୍ରମାତ୍ମକ ଧାରଣା ଆଉ

ପୁଂ ଅହମିକା ପ୍ରଣୋଦିତ ସନ୍ଦେହାଛାଦିତ

ହୀନ ଅତ୍ୟାଚାରୀ ଭାବନା ଚରିତାର୍ଥ କରଣ ପ୍ରୟାସେ l

          

ହେ କନ୍ଦର୍ପ ସରାଗ ପସରା ବସନ୍ତ!

ସଦା କରନ୍ତୁ ଯୁବା ପ୍ରାଣ ଆମ ସଦା

ଜାଗ୍ରତ ନହେବାକୁ କେବେ ଇପ୍ସିତ

କରିବାକୁ ଉପଭୋଗ କେବଳ ଗାତ୍ରିକ

ପ୍ରେମ ତରୁଣୀଜାତିର l


ହେ ଅନଙ୍ଗ ଉଦ୍ଭାସିତ ଋତୁରାଜ

ଆଶୀଷ ଦିଅନ୍ତୁ ଆମକୁ ହେବା ପାଇଁ

ଆମ ଆତ୍ମାର ଚିରନ୍ତନ ବିକାଶ ନମଣି

ନାରୀ ଅଙ୍ଗକୁ ଏକ ଭୋଗ୍ୟବସ୍ତୁର

ପ୍ରତୀକ, ବରଂ ଅନଙ୍ଗ-ପ୍ରେମ-କୁସୁମ-

ଶାୟକ କରିବାକୁ ଉନ୍ନତ ନାରୀତ୍ବ ମାନର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance