STORYMIRROR

Prakash Majhi

Romance

4  

Prakash Majhi

Romance

ମନେପଡ଼ ତୁମେ(୯)

ମନେପଡ଼ ତୁମେ(୯)

1 min
437

ସକାଳ ଆସିଲା ପାଖରେ ବସିଲା

କେତେ କଣ ଦେଲି ଲେଖି,

ତୁମେ ଆସିଲ ଛାଡି ଚାଲିଗଲ

ପାରିଲନି କଥା ରଖି ।


ଜୀବନ ଆକାଶ କେତେଯେ ହତାଶ

ଅଣଲେଉଟା ତ ଆଶା,

ଅତୀତକୁ ଆଜି ଭୁଲିବି କେମିତି

ସବୁତ ସ୍ମୃତିର ଭାଷା।


ନିଃଶବ୍ଦ ଏ ରାତି ସରୁ ନାହିଁ ତାତି

ସବୁଠି ଆତଙ୍କ ଖେଳ,

ଫୁଲ ପରି ଆଉ କେମିତି ଫିଟିବି

ଦେହରେ ପାଉନି ବଳ।


ଅଶାନ୍ତ ଭାବନା ସତେ ଆନମନା

ଅଧାଲେଖା ହାତ ଚିଠି,

ସମୟ ଦୁଆରେ ଅଚିହ୍ନା ହୃଦୟ

ଯନ୍ତ୍ରଣା ସହୁଛି ପିଠି।


ଝୁରୁଛି ଶ୍ରାବଣ ପହିଲି କିରଣ

ବାହୁନେ ମିଳନ ଧାରା,

ଚାଳିବାକୁ ଅଛି ପଥ ବହୁଦୂର

ପଥତ କଣ୍ଟାରେ ଭରା।


ଯାଯାବର ଏଠି ମୁଣ୍ଡ ଦିଏ ପିଟି

ଶହସ୍ର ବେଦନା ଘେନି,

ତୁମନଛଡା କିଏ ବୁଝିବ ମୋ କଥା

ପାରୁନି କାହାକୁ ମାନି।


ଅଦିନିଆ ଝଡ ଦୁଃଖର ପାହାଡ

ଅସହ୍ୟ ଯେମିତି ଭାରି,

ଅଧା ଜଳିଜଳି ପାଉଁଶ ହେଲିଣି

ଯାଉଛି ଅଦିନେ ହାରି।


ଜନମ ମରଣ ମଝିରେ ହରଣ

ନେଉଛି ବୟସ ଫେଡ଼ି,

ଏକାନ୍ତ ବନ୍ଧନ ପାଉନାହିଁ ଦିଗ

ପ୍ରୀତିର ପ୍ରଣୟ ଯୋଡି।


ସକଳ ସାଧନ ଢାଳୁନି ସୁମନ

ମୁଁ ତ ମଉଳା ଜହ୍ନ,

ଖଣ୍ଡ ଖଣ୍ଡ ସବୁ ପ୍ରତିଟି ବିଶ୍ୱାସ

ନିଃଶ୍ଵାସରେ କ୍ଷତ ଚିହ୍ନ।


କେତେ ଯେ ଭାବିବି କେମିତି ବଞ୍ଚିବି

ଲୁହ ବୁଝେ ନାହିଁ ମନ,

ସପନେ ହଜୁଛି ତୁମକୁ ଖୋଜୁଛି

କେବେ ସେ ଫେରିବ ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance