STORYMIRROR

DINESH AGRAWALLA

Romance

4  

DINESH AGRAWALLA

Romance

🌳ନୀଳ ଅଭିମାନ 🌳

🌳ନୀଳ ଅଭିମାନ 🌳

1 min
362


ମୁଁ ଭଲପାଏ ନୀଳ ଆକାଶକୁ 

ମୋ ଆଖିକୁ ନୀଳଦେଖାଯାଉଥିବା 

ପ୍ରତିଟି ବସ୍ତୁ 

ତୁମର ଦେହ ଆଉ ତୁମର 

ନୀଳ ନୀଳ ଅଭିମାନ ସବୁକୁ l 


କାହିଁକି କେଜାଣି 

ମୁଁ ଆପଣେଇ ନିଏ ତୁମକୁ l 


ମୋର ଅନୁପସ୍ଥିତିରେ 

ତୁମେ ଅଧୈର୍ଯ୍ୟ ହୁଅ 

ବାରବାର ତୁମର 

ସେଇ ବଇଁଶୀଟିକୁ 

ବଜେଇ ବଜେଇ 

ମତେ ବି ଅଧୈର୍ଯ୍ୟ କରୁଥାଅ l 


ଯଦିଓ ମୁଁ ତୁମର 

ତୁମେ କିନ୍ତୁ 

ଅଧିକାର ଦେଲନାହିଁ l

ତଥାପି ଜଗିଛି ତୁମକୁ

ତୁମେ ଆସିବାର 

ସୁଖଦ ମୁହୂର୍ତ୍ତମାନଙ୍କୁ l


ମୁଁ ତୁମ ନାଁ ର ସିନ୍ଦୁର 

ପିନ୍ଧିନାହିଁ କି 

ଶଙ୍ଖା ବି ପିନ୍ଧିନି l 

ତଥାପି ତୁମ ନାଁ ସାଥେ 

ମୋ ନାଁ 

ଯୋଡିହେଇଯାଏ କାହିଁକି? 



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance