STORYMIRROR

Santosh Kumar Ojha

Romance

4  

Santosh Kumar Ojha

Romance

ଖାସ୍ ତମରି ପାଇଁ

ଖାସ୍ ତମରି ପାଇଁ

1 min
807

ଆଖିକୁ ଆସେନା ନିଦ

ପେଟକୁ ଲାଗେନା ଭୋକ

ରାତି ଆଉ ପାହେ ନାହିଁ

ଛାଇ ବି ଡରାଏ ଦେଖ କିଛି ନକହି

ଖାସ୍ ତମରି ପାଇଁ ।


ସାନ ଭାଇ ଡରଉଛି

ଜାଣେ ବୋଲି କିଛି କିଛି

କିଛି ସତ କିଛି ମିଛ

ସବୁ ଦିନ ମାଗେ ଲାଞ୍ଚ ଦାନ୍ତ ଦେଖେଇ

ଖାସ୍ ତମରି ପାଇଁ ।


ସଭିଙ୍କୁ ପିନ୍ଧାଏ ଶାଢ଼ୀ

ନିଜେ ପିନ୍ଧେ ଘଡ଼ିଘଡ଼ି

ଖସି ଯାଏ ପିନ୍ଧା କାନି

ଝୁଣ୍ଟି ପଡ଼େ କେବେ ପୁଣି ଯାଏ ଲାଜେଇ

ଖାସ୍ ତମରି ପାଇଁ ।


ଚିହ୍ନା ବି ଅଚିହ୍ନା ହେଲେ

ତୁମକୁ ଚିହ୍ନିଲା ପରେ

ତମେ ମନ ନେଲ ବୋଲି

ପ୍ରିୟ ସହି ସାଙ୍ଗ ଭୁଲି ଗଲେ ଦୂରେଇ

ଖାସ୍ ତମରି ପାଇଁ ।


ପାଠେ ବନ୍ଧା ହେଲା ଡୋରି

ଚଗଲାମି ଗଲା ସରି

ଆଖି କାନେ ଧୂଆଁ ପଶେ

ଭାଉଜ ମୁରୁକି ହସେ କଲି ରୋଷେଇ

ଖାସ୍ ତମରି ପାଇଁ ।


ଚିଠି ଲେଖେ ଅନ୍ଦାରରେ

ନଦେଇ ପାରିକି ଚିରେ

ରାତି ଅ'ଧରୁ ଉଠି

ପଢ଼ୁ ପଢ଼ୁ ଲୁଚି ଚିଠି ଦିଏ ହଜେଇ

ଖାସ୍ ତମରି ପାଇଁ ।


ତୁମକୁ ମୁଁ ଭଲ ପାଇ

ଭୁଲ କିଛି କରି ନାହିଁ

ତଥାପି କାହିଁକି କୁହ

ନୀରବରେ ଢାଳେ ଲୁହ ଦୋଷ ନଥାଇ

ଖାସ୍ ତୁମରି ପାଇଁ ।


ନିତି ମରେ ନିତି ଜୀଏଁ

ତୁମକୁ ଇ ଝୁରି ହୁଏଁ

ନିନ୍ଦା ଅପବାଦ ସହେ

ଅଦିନେ ବରଷା ହୁଏ ମେଘ ନଥାଇ

ଖାସ୍ ତମରି ପାଇଁ ।


ଆସୁଛି ପ୍ରସ୍ତାବ ଯେତେ

ଭାଙ୍ଗି ଦିଏ ନିଜ ହାତେ

ନିଜକୁ ବୁଝାଏ ନିଜେ

ବାଡ଼ୁଅ ରହିବି ପଛେ ବାହା ନହେଇ

ଖାସ୍ ତମରି ପାଇଁ ।


ନିତି ନିତି ପୂଜେ ଶିବ

ହେଲିଣି ଜୀଅନ୍ତା ଶବ

ସବାରି ନହେଲା ନାହିଁ

କୋକେଇରେ ଯିବି ଶୋଇ ଜୁଇ ଜଳେଇ

ଖାସ୍ ତମରି ପାଇଁ ।

        


Rate this content
Log in

Similar oriya poem from Romance