STORYMIRROR

DHARITRI SAHU

Romance

4  

DHARITRI SAHU

Romance

ପ୍ରେମ ପୁଲକେ ଅଭିସାର"

ପ୍ରେମ ପୁଲକେ ଅଭିସାର"

1 min
396

ବସନ୍ତ ପବନ ବହି ବହି ଆସେ

ଶିହରଣ ଖେଳେ ତନୁମନେ,

ଅଳସୀ ଆଖିରେ ଅଭିମାନୀ ତନ୍ଦ୍ରା

ମଦାଳସୀ ନିଦ୍ରା କହେ କାନେ।


ଦୁରୁ ଶୁଭିଲାଣି ସାତ ସୁର ବଂଶୀ

ଭ୍ରମରର ଗୁଣୁ ଗୁଣୁ ରାଗ,

ଲାଜେଇ ଚାହୁଁଛି ଫୁଲ ର ସ୍ତବକ

ପ୍ରିୟ ଆଲିଙ୍ଗନେ ପ୍ରିତି ଭାବ।


ବକୁଳ ବନରୁ କାକଳୀର ସ୍ଵନ

ଆନମନା କରେ ରାଇ ମନ,

ମଳୟ ପବନ ଅମାନିଆ ସାଜି

ଉଡ଼ାଇ ନେଉଛି ବାସ ଝିନ୍ନ।


ଦୂର ଦିଗ୍ ବଳୟେ ସାତରଙ୍ଗେ ଫଗୁ

ଇନ୍ଦ୍ରଧନୁ ତୋଳି ଅଛି ଚାହିଁ,

ହଜେ ତନୁ ମନ ହଜାଏ ପରାଣ

ପ୍ରିୟ ଆବଷ୍ଟନୀ ମଧ୍ୟେ ରହି।


ପ୍ରେମ ମଧୁ ଭରା ,ପ୍ରିତିର ପସରା

ଖୋଲି ବାଣ୍ଟି ଦିଏ ଉପହାର,

ସଂସାର ରେ ସାର ଭିନ୍ନ ସୌହାର୍ଦ୍ଦ୍ୟର

ପୃଥିବୀ ରାଣୀର ଅଭିସାର।


ଅଭିସାରୀଣୀ ସେ ଅଭିସାର ତାର

ଶେଷ ହୁଏ ନାହିଁ ରୁତୁ ଶେଷେ,

ବସନ୍ତର ଶେଷେ ଗ୍ରୀଷ୍ମ କୁ ସ୍ବାଗତ

କରିଥାଏ ନୁତନ ପରଶେ।


ସବୁ ଅଧିକାର କରିବାକୁ ଆସି

ଧୋକା ଦେଇ ଶେଷେ ଯାନ୍ତି ଫେରି,

କେବେ ନିରାଶ କୁ ହୃଦୟେ ନରଖି

ଅଭିସାର କରେ ପୂର୍ବ ପରି।


ଗ୍ରୀଷ୍ମ, ବର୍ଷା ,ଶୀତ, ଶରତ ,ହେମନ୍ତ

ରୁତୁରାଜ ପୁଣି ବସନ୍ତର,

ସବୁ ଦାଉ ସହେ ନିରଳସ ହୃଦେ

ଅସୀମ ଅମାପ ତ୍ୟାଗ ତାର।


ପୃଥିବୀ ପୃଷ୍ଠରେ ତା ସନ୍ତାନ ସୁଖେ

କେମିତି ବଞ୍ଚିବେ ଭାବନାରେ,

କେତେ ରୌଦ୍ରତାପ,ବର୍ଷାର ନିର୍ଝର

ହାଡ଼ଭଙ୍ଗା ଶୀତେ ସିଏ ଥରେ।


ଶରତ ବସନ୍ତ ଦୁଇ ରୁତୁ ଆସି

ଲେପନ୍ତି ମଲମ କ୍ଷତେ ତାର,

ସେଥିପାଇଁ ସଦା ବସନ୍ତର ପାଇଁ

ରଚିଥାଏ ସିଏ ଅଭିସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance