ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ
"ପୁଷ୍ପିତ ଅଧର ସର୍ପିଳ ଶରୀର
ଭରା ଯୌବନର ନଈ,
ପ୍ରଣୟ ପିୟୁଷେ ଅମୃତ ଲଭଇ
ପ୍ରୀତି ଝରଣାରେ ମୁହିଁ
କୃଷ୍ଣଚୁଡା ତୁମ ପାଇଁ,
ଇନ୍ଦ୍ରଧନୁର ସେ' ସପ୍ତରଙ୍ଗେ ଆଜି
ରଙ୍ଗାୟୀତ ତୁମ ପାଇଁ l
ରୂପାନ୍ତର ଆଜି ହୋଇଛି ମୋ' ଦେହେ
କାଚରୁ କାଞ୍ଚନ ଯାଏ,
ତୁମ ମୃଦୁ ସ୍ପର୍ଶ ପ୍ରାପ୍ତ ହେବା ଦିନୁ
ପ୍ରେମରେ ହଜିଲି ହାଏ
ପ୍ରୀତିରେ ଭିଜିଲା ପ୍ରାୟେ,
ବିଶାଳ ହୃଦୟେ ତୁମକୁ ପାଇଛି
କୃଷ୍ଣଚୁଡା ମୋର ପ୍ରିୟେ l
ଜୀବନ ଯନ୍ତ୍ରଣା ଯୌବନ ଯାତନା
ନାଶ ଗଲା ତୁମ ପାଇଁ,
ବୟସର ମଖ-ମଲି ଚଟାଣରେ
ପାଦ ଛାପିଅଛ ଯାଇଁ
ଭୀତ ପ୍ରାୟ କିସ ପାଇଁ,
ଆଗମିବ ସତେ ପ୍ରେମ ଦରବାରେ
ପ୍ରଣୟ ସାଥିରେ ନେଇ l
ସପନ ସୁନ୍ଦରୀ ମୋ' ମନ ମାନସୀ
ବୟସର ରଙ୍ଗ ବୋଳି,
ଆସ ଗୋ' ମାନିନୀ କିମ୍ପା ଅଭିମାନ
ବାହୁରେ ଧରନ୍ତି ତୋଳି
ପ୍ରୀତିରେ ଖେଳନ୍ତେ ଦୋଳି,
ଅମାନିଆ ମନ ବୁଝିଯା'ନ୍ତା ସତେ
ସାଜି ତୁମ ଗଳା ମାଳି l

