STORYMIRROR

ସୁମିତ୍ରା ସାହୁ

Tragedy

4  

ସୁମିତ୍ରା ସାହୁ

Tragedy

ଛଳନା

ଛଳନା

1 min
410

ଭଲ ପାଇବାର ଅଭିନୟ କରି ଚାଲିଗଲ ପର କରି,

ଆଜି ମୁଁ ବଞ୍ଚୁଛି ତୁମ ଭାବନାରେ ସ୍ମୃତିକୁ ନିଜର କରି ।


ହେଇପାରେ ମୋର ପ୍ରେମ ପାଗଳାମି ନଥିଲା ତହିଁ ଛଳନା,

ତୁମରି ସ୍ମୃତିରେ କାଟିଦେବି ଦିନ ଆଉ କିଛି ମୁଁ ଚାହେଁନା।


ଆଜି ବି ରହିଛ ହୃଦୟ ମନ୍ଦିରେ ସ୍ମୃତିର ସେଫାଳି ହୋଇ,

ତୁମ ଠାରୁ ତୁମ ସ୍ମୃତି କଷ୍ଟ ଦିଏ ବିରହେ ଯାଉଛି ସହି।


ପଚାରିବ ଥରେ ତମ ହୃଦୟକୁ କେତେ ମୋର ଭୁଲ ଥିଲା,

କେଉଁ ଅଭିମାନେ କରିଦେଲ ପର ଅବା କିଏ ମିଳିଗଲା।


ଆଉ କାହା ପ୍ରେମ ଥିଲା ଯଦି ମନେ କହିଲନି କାହିଁ ପାଇଁ,

ସୁଖ ଟିକେ ପାଇଁ କଳଙ୍କଟେ ବୋଳି ପାଦରେ ଦେଲ ଆଡ଼େଇ।


ଦୁଃଖ ନାହିଁ ମୋର କରିଦେଲ ପର ଦୁଃଖ ତ' ଏତିକି ମୋର,

ସ୍ମୃତି ତମ ଆଜି ପ୍ରଶ୍ନ ପଚାରୁଛି କଷ୍ଟ ଦିଏ ବାରମ୍ବାର।


ଅଗାଧ ବିଶ୍ୱାସ ମନରେ କୁହୁଳେ ଫେରିବ ଠିକଣା ଖୋଜି,

କିଏ ବା ଜାଣିଛି କେବେ କେଉଁ ଦିନ ଦୁନିଆରୁ ଯିବି ହଜି।


ଭାବିବନି କେବେ ସ୍ୱାର୍ଥପର ମୋତେ ଆଜି ବି ଅଛ ମନରେ,

ରହିଛ ରହିବ ଜିଇଁଥିବା ଯାଏ ମୋ' ନିଃଶ୍ୱାସ ପ୍ରଶ୍ୱାସରେ।


ଯଦି ମୋର କଥା ମନେ ପଡ଼େ କେବେ ବୁଝେଇ ଦେବ ମନକୁ,

ସରୋବରେ ରହି ଯେତେ ଖୁସି ହେଲେ ଜହ୍ନକି ମିଳେ କଇଁକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy