ବୃକ୍ଷ ରୋପଣ
ବୃକ୍ଷ ରୋପଣ
"ବିଜ୍ଞାନ ଯୁଗର ଅଜ୍ଞାନ ମାନବ
ଗାଆଁ ଠାରୁ ଗଲ ଦୂର,
ସହରକୁ ଯାଇ ମାଟି କି ତାଡୁଛ
ଗଢ଼ିବାକୁ ସେଠି ଘର।
ପ୍ରକୃତି ମାଆର କରାଳ ରୂପକୁ
ଦେଖିଲେ ଉଠୁଛି କୋହ,
ମନୁଷ୍ୟକୁ ସିଏ ସବୁ ସୁଖ ଦିଏ
ନ' ରଖି କୌଣସି ମୋହ।
ତାହାରି କୋଳରେ ସବୁଜ ବନାନୀ
ପୂରୁବରୁ ଥିଲା ବୋଲି,
ମଳୟ ପବନେ ମନ ଉଲ୍ଲାସରେ
ଯାଉଥଲା ଦିନ ଚାଲି।
ସବୁଠାରେ ବୃକ୍ଷ ଭରପୁର ଥିଲା
ଖାଦ୍ୟ ବାସ ଦେଉଥିଲା,
ତାହାରି ଦୟାରୁ ପୃଥିବୀ ପୃଷରେ
ବରଷା ଯେ ହେଉଥିଲା।
ସବ
ୁଜ ବନାନୀ ସରି ତ ଗଲାଣି
ପ୍ରକୃତିର ଚିହ୍ନ ନାହିଁ,
ଭାରସାମ୍ୟ ମାଟି ହରେଇ ଦେଲାଣି
ମଣିଷ ଯେ ବୁଝେ ନାହିଁ।
ମହାବାତ୍ୟା ପରେ ପଶିଲାନି ଚେତା
ଫୋନି କଲା ସର୍ବନାଶ,
ପ୍ରକୃତିର ସାଥେ ଖେଳିଲେ ମଣିଷ
ପ୍ରକୃତି ହୋଇବ ରୋଷ।
ପ୍ରକୃତିର ରୂପ ଅସୁନ୍ଦର ହେଲେ
ବଞ୍ଚିବାକି ଆମେମାନେ,
ଏବେଠାରୁ ଯଦି ସଚେତନ ହେବା
ଭୟ ରହିବନି ମନେ।
ଧ୍ୱଂସ ହେବା ଆଗୁ ପ୍ରକୃତିର ଲାଗି
ସର୍ବେ ହେବା ସଚେତନ,
ପ୍ରକୃତି ଆମର ସୁନ୍ଦର ହୋଇବ
କରିବା ବୃକ୍ଷ ରୋପଣ।"