STORYMIRROR

ସୁମିତ୍ରା ସାହୁ

Inspirational Others

3  

ସୁମିତ୍ରା ସାହୁ

Inspirational Others

ଛୋଟ ମୋର ଗାଁଟି

ଛୋଟ ମୋର ଗାଁଟି

1 min
198


"ନାହିଁ ଅତୀତର ଚାଟଶାଳୀ ପାଠ

ନାହିଁ ସେ' ବେତ ପାହାର,

ନାହିଁ ଗୁରୁଙ୍କର ଚରଣେ ଭକତି

ନାହିଁ ସେ' ପୂର୍ବ ସଂସ୍କାର।।


ନାହିଁ ଗ୍ରାମ ଶେଷେ ଭାଗବତ ଟୁଙ୍ଗୀ

ନାହିଁ ସେ' ପୁରାଣ ପାଠ,

ନାହିଁ ଆଉ ସେହି ଭଜନ କୀର୍ତ୍ତନ

ନାହିଁ ସେହି ଗାଈ ଗୋଠ।।


ନାହିଁ ଆମ୍ବ ଗଛେ ବଉଳର ବାସ

ନାହିଁ ସେ' କୋଇଲି ସୁର,

ନାହିଁ ଆଜି ସେହି କାଉଙ୍କର ରାଵ

ନାହିଁ ସେ' ଛପର ଘର।।


ନାହିଁ ଆଉ ସେହି ଗାଆଁର ମେଲଣ

ନାହିଁ ସେ' ଫଗୁର ଖେଳ,

ନାହିଁ ପିଲାବେଳ ସେ' ଯାନୀ ଯାତରା 

ନାହିଁ ସାଙ୍ଗ ସାଥି ମେଳ।।


ନାହିଁ ଆଉ ସେହି ରଜଦୋଳି ଖେଳ

ନାହିଁ ପୁଣି ପୋଡ ପିଠା,

ନାହିଁ ପିଲାଦିନ ଲୁଚକାଳି ଖେଳ 

ନାହିଁ ସେ' ଆରିଶା ମିଠା।।


ନାହିଁ ଅତୀତର ମାଟିହାଣ୍ଡି ରନ୍ଧା

ନାହିଁ ସେ' ସାଗ ପଖାଳ,

ନାହିଁ ଆଉ ସେହି ଢ଼ିଙ୍କି ଧାନ କୁଟା

ନାହିଁ ସେହି ଢ଼ିଙ୍କିଶାଳ।।


ନାହିଁ ସେ' ଲଙ୍ଗଳ ନାହାନ୍ତି ବଳଦ

ନାହିଁ ସେ' କାଠ ଶଗଡ଼ି,

ନାହିଁ ସେ' ଅତୀତ ସୁନାର ଫସଲ

ନାହିଁ ସେହି ଖଳା ବାଡ଼ି।।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational