Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ଶ୍ରମିକ ଆମେରେ ଶ୍ରମିକ ଆମେ

ଶ୍ରମିକ ଆମେରେ ଶ୍ରମିକ ଆମେ

1 min
159


ଶ୍ରମିକ ଆମେରେ     ଶ୍ରମିକ ଆମେ

ବିଶ୍ବ ନିର୍ମାଣର        ବିନ୍ଧାଣୀ ଆମେ |


କଳ କାରଖାନା      ନିର୍ମାଣ କରି

ତାକୁ ଚାଲୁ ରଖୁ       ହେଳା ନ କରି |


ହାତରେ ସ୍ପାନର        ରେଞ୍ଚାଦି  ଧରି

 ମୋଟର ଗାଡିକୁ       ଦେଉ ସଜାଡି|


ଜଳ ସ୍ଥଳ ବାୟୁ         ସକଳ ପଥେ

ଯାନ ବ୍ୟୋମଯାନ        ଆମରି ହାତେ|


ରାସ୍ତା ଘାଟ ପୋଲ        ନଳା ପୋଖରୀ

ନଦୀବନ୍ଧ ଅବା          ଯନ୍ତ୍ର ତିଆରି |


ଘର କୋଠାବାଡି        ସର୍ବ ନିର୍ମାଣ

ଆମରି ଶ୍ରମରେ          ହୁଏ ସମ୍ପାଦନ |


ନର୍ସ ରୂପେ ଆମେ       ସେବା କରିଣ

ସଭିଙ୍କର   କରୁ       ରୋଗ ନିଦାନ |

 

ରାଷ୍ଟ୍ରର ନିର୍ମାଣେ        ଆମ ଭୂମିକା

ପ୍ରମୁଖ ହେଲେ ବି        ହେଉ ଅଦେଖା |  


ରାସ୍ତା ଘାଟ ନଳା         ଅଫିସ ଘର

ଆମ ଦ୍ୱାରା  ରହେ         ସଫା ସୁତର |

ବିଲରେ ବୁହାଇ           ଦେହରୁ ଝାଳ

ଉପୁଜାଉ ଆମେ           ସୁନା ଫସଲ |


ସର୍ବେ ବିଶ୍ୱବାସୀ           ତୁଣ୍ଡକୁ  ଅନ୍ନ

ଆମ ଯୋଗୁଁ ଖାଦ୍ୟ         ବସ୍ତ୍ର ଯୋଗାଣ |


ଏତେ ଥିଲେ ମଧ୍ୟ           ଆମରି ଦାନ

ସବୁଠାରେ ଆମେ           ତ ହୀନିମାନ ||


ପାଉଣା ଆମର            ଅତି ନଗଣ୍ୟ

ଆମ୍ଭପରେ ଚାଲେ          ନିତି ଶୋଷଣ |


ମଇ ଦିବସରେ            କରୁ  ନିବେଦନ

ବନ୍ଦ କର ତୁମେ            ଆମ ଶୋଷଣ  ||



Rate this content
Log in

Similar oriya poem from Inspirational