କୁଢ଼ କୁଢ଼ ଶବ ମଶାଣି ଖାଉଛି
କୁଢ଼ କୁଢ଼ ଶବ ମଶାଣି ଖାଉଛି
ଦିଅ ହେ ଆଶିଷ ଢାଳି ମହାପ୍ରଭୁ
ବିକଶିତ ହେଉ ସୁଖ.
କୁଢ଼ କୁଢ଼ ଶବ ମଶାଣି ଖାଉଛି
ଲାଗୁନି କି ଟିକେ ଦୁଃଖ.
ପ୍ରଭୁ ନ ହୁଅ ଏବେ ବିମୁଖ. l0l
ମାଆ କାନ୍ଦେ ଆଜି ସନ୍ତାନ ହରାଇ
ସ୍ତ୍ରୀରୀ କାନ୍ଦେ ସ୍ୱାମୀ ପାଇଁ.
ସନ୍ତାନ କାନ୍ଦନ୍ତି ପିତାମାତା ପାଇଁ
ସ୍ୱାମୀ କାନ୍ଦେ ସ୍ତ୍ରୀରୀ ପାଇଁ.
କାହା ଘରେ କିଏ କାନ୍ଦିବାକୁ ନାହିଁ
ବଳି ପଡ଼ିଲାଣି ଦୁଃଖ. l1l
ମଣିଷ କାନ୍ଦୁଛି ଦୁନିଆଁ କାନ୍ଦୁଛି
ହସୁଛୁ ତୁ ସିଂହାସନେ.
ହାତରେ ଗଢ଼ିଛୁ ଭାତରେ ମାରୁଛୁ
ଏହି କି ବିଚାର ମନେ.
ଦରଦିଆ ନାମେ କଳଙ୍କ ଲାଗିବ
ପାଇବୁ ମନେ କି ସୁଖ. l2l
ଅମୃତ ସନ୍ତାନ ବେସାହାରା ମନ
ତୋହରି ଆଶିଷ ବିନା.
ଗୃହେ ବନ୍ଦୀ ହୋଇ ସ୍ୱଜନ ହରାଇ
ଲୋତକ ଗଡା଼ଏ ସିନା.
ଥରେ ଆଖି ଖୋଲି ଆଶିଷ ଦେ ଢାଳି
ଘୁଞ୍ଚିଯାଉ ସବୁ ଦୁଃଖ. l3l