STORYMIRROR

Kalandi pal

Inspirational

3  

Kalandi pal

Inspirational

କୁଢ଼ କୁଢ଼ ଶବ ମଶାଣି ଖାଉଛି

କୁଢ଼ କୁଢ଼ ଶବ ମଶାଣି ଖାଉଛି

1 min
255


ଦିଅ ହେ ଆଶିଷ ଢାଳି ମହାପ୍ରଭୁ

     ବିକଶିତ ହେଉ ସୁଖ.

କୁଢ଼ କୁଢ଼ ଶବ ମଶାଣି ଖାଉଛି

     ଲାଗୁନି କି ଟିକେ ଦୁଃଖ.

ପ୍ରଭୁ ନ ହୁଅ ଏବେ ବିମୁଖ.  l0l


ମାଆ କାନ୍ଦେ ଆଜି ସନ୍ତାନ ହରାଇ

     ସ୍ତ୍ରୀରୀ କାନ୍ଦେ ସ୍ୱାମୀ ପାଇଁ.

ସନ୍ତାନ କାନ୍ଦନ୍ତି ପିତାମାତା ପାଇଁ

     ସ୍ୱାମୀ କାନ୍ଦେ ସ୍ତ୍ରୀରୀ ପାଇଁ.

କାହା ଘରେ କିଏ କାନ୍ଦିବାକୁ ନାହିଁ

     ବଳି ପଡ଼ିଲାଣି ଦୁଃଖ.  l1l


ମଣିଷ କାନ୍ଦୁଛି ଦୁନିଆଁ କାନ୍ଦୁଛି

     ହସୁଛୁ ତୁ ସିଂହାସନେ.

ହାତରେ ଗଢ଼ିଛୁ ଭାତରେ ମାରୁଛୁ

     ଏହି କି ବିଚାର ମନେ.

ଦରଦିଆ ନାମେ କଳଙ୍କ ଲାଗିବ

     ପାଇବୁ ମନେ କି ସୁଖ. l2l


ଅମୃତ ସନ୍ତାନ ବେସାହାରା ମନ

     ତୋହରି ଆଶିଷ ବିନା.

ଗୃହେ ବନ୍ଦୀ ହୋଇ ସ୍ୱଜନ ହରାଇ

     ଲୋତକ ଗଡା଼ଏ ସିନା.

ଥରେ ଆଖି ଖୋଲି ଆଶିଷ ଦେ ଢାଳି

     ଘୁଞ୍ଚିଯାଉ ସବୁ ଦୁଃଖ.  l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational