Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

1 min
198



ଗୁରୁ ଦେବ ବ୍ରହ୍ମା ଗୁରୁ ମହାବିଷ୍ଣୁ

ଗୁରୁ ସାକ୍ଷାତ ଈଶ୍ୱର

ଗୁରୁ ଦିବ୍ୟ ଦୃଷ୍ଟି ଗୁରୁ ବିଦ୍ୟା ବୁଦ୍ଧି

ଗୁରୁ ଜ୍ଞାନ ସୂତ୍ରଧର ।


ଗୁରୁ ସୁସଂସ୍କାର ପଥ ପ୍ରଦର୍ଶକ

ଗୁରୁ ଜୀବନ ଆଦର୍ଶ

ଗୁରୁଙ୍କ ପ୍ରସାଦ ସୁପ୍ରତିଷ୍ଠା ଯଶ

କର୍ମ ସଫଳ ସାର୍ଥକ ।


ଗୁରୁଙ୍କ ସମ୍ମାନ ସନ୍ତୋଷ ବିଧାନ

ଧନ୍ୟବାଦ କରଣୀୟ

ଆମ ପରମ୍ପରା ବେଦ ଗୁରୁକୁଳେ

ଗୁରୁ ଶ୍ରେଷ୍ଠ ବରଣୀୟ ।


ଆପଣା ସାମର୍ଥେ ସମର୍ପଇ ଶିଷ୍ୟ

ଗୁରୁଙ୍କୁ ଦକ୍ଷିଣା ଧାର୍ଯ୍ୟ

ଅର୍ଥ ଅଳଙ୍କାର ବୃତ୍ତି ଭୂମି ଦାନ

ହେଉ ବା ସ୍ୱତନ୍ତ୍ର କାର୍ଯ୍ୟ ।


ଏକଲବ୍ୟ ଗାଥା ଉଜ୍ଜ୍ୱଳ ଦୃଷ୍ଟାନ୍ତ

ବିତରେ ସୁମତି ଜ୍ଞାନ

ଅବାଧିତ ଅଟେ ଜ୍ଞାନର ଭଣ୍ଡାର

ସାଧନୁ ଲକ୍ଷ୍ୟ ସୁଜନ ।

  ------+-----


Rate this content
Log in

Similar oriya poem from Inspirational