Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ସମୟ ସ୍ରୋତରେ

ସମୟ ସ୍ରୋତରେ

1 min
162



ସମୟ ସ୍ରୋତରେ ଏ ଜୀବନ ଖେଳେ

     ଭାସିଯିବ କେତେବେଳେ.

ହରିନାମ ସମ କୁଟା ଖିଅ ଖଣ୍ଡି

     ଗଣ୍ଠିଧନ ସେତେବେଳେ.

ପ୍ରଭୁ ଜାଣୁଛ ତ ଅନ୍ତରାଳେ. l0l


ସମୟ ତ ପ୍ରଭୁ ବିରାଜିତ ବିଭୁ

     ହାରିବା ଜାତକେ ନାହିଁ.

ହରାଏ ସଭିଙ୍କୁ କାଳର ସ୍ରୋତରେ

     ପରଖି ପାପର ଦେହୀ.

ପାପ ବିରଚନା କରି ସେ କଳନା

     ଲେଖିଥାଏ ସେ କପାଳେ. l1l


ଦୁଇ ସମ ଜ୍ୟୋତି ଘୁରେ ଚଉକତି

     ପାପ ଓ ପୂଣ୍ୟର ପଥ.

ପୂଣ୍ୟର ପଥ ଆଦରି ନେଲେଟି

     ସାହା ହେବେ ଜଗନ୍ନାଥ.

ସବୁ ଚଲାପଥ ହେବ କୁସୁମିତ

     ଦୁଃଖ ଯିବ ଅବହେଳେ. l2l



Rate this content
Log in

Similar oriya poem from Inspirational