STORYMIRROR

Tikeshwar Sahu

Inspirational

3  

Tikeshwar Sahu

Inspirational

ମାଟି

ମାଟି

1 min
197

     ମାଟିର ମହକ ପହିଲି ଚମକ ମାଆର ବାସନା ଆଣେ,    

 ସରଗ ସୁଷମା ଲାଗେ ଅନୁପମା ହୃଦୟେ ମମତା ବୁଣେ |୧| 

     ଯେବେ ଚୁମିଯାଏ ପଦ ଝୁମିଯାଏ ମାଟି ମାଆ କୋଳ ଛୁଇଁ,    

 ଲାଗଇ ଏମିତି ସରଗ ପ୍ରାପତି ମାଟି ଧୂଳି ବୋଳା ହୋଇ |୨|    

ମାଟିରୁ ଆକାଶ ଆକାଶରୁ ମାଟି ଲାଗେ ସବୁ ଏକାଏଠି,       

ସମସ୍ତେ ମିଶନ୍ତି ଏଇଠି ବସନ୍ତି ହସି ହସିକା ଏକାଠି |୩|  

  ମାଟି ଛୁଇଁବାକୁ ଓହ୍ଲାଇ ଆସନ୍ତି ଆକାଶର ଜହ୍ନରାତି,     

ଜୋଛନା ବିଛାଡ଼ି କଇଁ ସରବୋରେ ମେଲାଇ ଦିଅନ୍ତି ଛାତି |୪|  

      ସକାଳ ସୂରୁଯ ବୁଣଇ ମୂରୁଯ ସୁନାରଙ୍ଗ ଢାଳିଦେଇ,   

 ସବୁଜ ଗାଲିଚା ବିଛେଇ ଦେଇ କି ଗଡ଼ିଯାଏ ମାଟି ଛୁଇଁ |୫|           

 ଆଶାର ଆଲୋକ ଆଣଇ ଚମକ ଘନ ଘୋର ମେଘ କୋଳେ,           

 ମାଟିର ପରଶେ ସବୁ ପରା ହସେ ମେଘ ଆସି ଏଠି ଖେଳେ |୬|     

       ଅନନ୍ତ ଗରଭା ମଣି ମୁକ୍ତା ଉଭା ମାଟିର ଗରଭ ମୁଣି,      

  ଜଗତ ଯାକର ସରବ ଦୌଲତ ଦେଇଥାଏ ପରା ଗଣି |୭|      

 ବହିଯାଏ ପୁଣି ଅମୃତର ପାଣି ଜୀବନ ସଞ୍ଚାର କରି,   

 ମାଟି ମାଆ ପରା ସଜାଇ ରଖିଛି ଜୀବନାମୃତ ଭରି |୮|   

 ଜଗତରେ ନାହିଁ ମାଟିର ତୁଳନା ସରଗ ବି ମୁଣ୍ଡ ନୁଏଁ,     

  ଗଭିର ସାଗର ମୁଣ୍ତ କୋଡ଼ି କୋଡ଼ି ମାଟି ମାଆ ପାଦ ଛୁଏଁ |୯| 

ମାଟି ମାଆ ଧୂଳି ଏ ମୁଣ୍ଡରେ ବୋଳି ବୋଲାଏ ନିଜକୁ ଧନୀ,       

    ଧନ୍ୟ ମାଆ ମାଟି କୋଟିଏ ପ୍ରଣତି ତୋ ପଦରେ ନିତି ନିତି |୧୦|      


Rate this content
Log in

Similar oriya poem from Inspirational