ମାଟି
ମାଟି
ମାଟି ବସୁଧାର ଅନ୍ୟନାମ
ମାଟି ସର୍ବସଂହା
ମାଟି ଶସ୍ୟକ୍ଷେତର ଉତ୍ସ
ମାଟିର କୋଳରେ ଲୋଟିପଡ଼େ
ଅନେକ ଫୁଲ ଫଳ ଆଉ
ଅରଣ୍ୟର ସବୁଜିମା !
ମାଟିକୁ ଛାଡିଦେଲେ କିଛିବି
ଉପ୍ତାଦନ ହୋଇପାରେନି
ଏ ବିଶ୍ୱ ବ୍ରହ୍ମାଣ୍ଡରେ !
ମାଟିର ମକକରେ ପଲ୍ଲାବିତ ହୁଏ
ଛୋଟ ଚାରା ଗଛଟିଏ
ଅଙ୍କୁରଦମ ହୋଇଥାଏ
ମାଟିର ପରସରେ !
ତା ବକ୍ଷକୁ ବର୍ଷ-ବର୍ଷ ଧରି
କର୍ଷଣ କଲେ ମଧ୍ୟ
ସେ ନିର୍ବିକାର, ନିସ୍ତବ୍ଦ ଓ ନିରବ !
ତଥାପି ସେ ନୀରବତା ଭିତରେ
କୋଟି ଜନ ମାନସକୁ ଯୋଗାଇ
ଥାଏ ଅମୃତ ଝରଣା !
