STORYMIRROR

Madhabi Patel

Inspirational

3  

Madhabi Patel

Inspirational

ମାଟି।

ମାଟି।

1 min
241


ପଞ୍ଚଭୂତର ଏକ ଉପାଦାନ ମାଟି

ସବୁ ଜୀବଙ୍କ ବାସସ୍ଥାନ ମାଟି।

ମାଟିରୁ ଆରମ୍ଭ ମାଟିରେ ଶେଷ

ମାଟିରୁ ଜୀବଙ୍କ ହୁଏ ବିକାଶ।

ମାଟି ବିନା ଅସମ୍ଭବ ଜୀବଙ୍କ ସ୍ଥିତି

ଗଛ ପ୍ରାଣୀ କୀଟ ମାଟିରୁ ଉତ୍ପତ୍ତି।

ଧାତୁ କୋଇଲା ଖଣିଜ ତୈଳ ଉତ୍ପାଦନ

ଯେତେ ଯାହା ଦରବ ହୁଏ ଦୃଶ୍ୟମାନ।

ମାଟିର ଗର୍ଭରୁ ସର୍ବେ ହୁଅନ୍ତିି ଉତ୍ପନ୍ନ

ଆସି ପୁଣି ସେହିଠାରେ ହୋଇଯାନ୍ତି ଲୀନ।

ଯେତେ ଯିଏ ଉଡୁ ପାଦ ଥାପିିବ ମାଟିରେ

ରାଜା ଠୁ ରଙ୍କ ଦିନେ ମଶିଯିବ ଏ ମାଟିରେ।

ମାଟି ମାଆଁପାଇଁ ସବୁ ଜୀବନ ସମାନ

ସମସ୍ତଙ୍କୁ ସମଭାବେ ବାଣ୍ଟିଦିଏ ଅନ୍ନ।

ବିଭିନ୍ନ ରୂପ ଛୋଟ ବଡର ଆକୃତି

କାହାକୁ ଘୃଣା କରେନା ଧରିପାଏ ଶାନ୍ତି।

ସର୍ବଂସହା ଅଳିଅର୍ଦ୍ଦଳି ସବୁ ସହିଯାଏ।

ସନ୍ତାନ ହିତରେ ଜଳି କଟି ଲାଗିଥାଏ।

ତା କୋଳେ ନଦନଦୀ ସବୁଜ ଜଙ୍ଗଲ

ପାହାଡ ପର୍ବତ ଦେହୁ ବହି ଆସେ ଝର।

ଶସ୍ୟ କ୍ଷେତ୍ର ଜନବସତି ଗାଆଁ ନଗର।

କଂକ୍ରିଟର ଜଙ୍ଗଲ ଚୌଦିଗେ ଭରପୁର।

ମାଟି ଦିଏ ଖାଦ୍ୟପେୟ ବସ୍ତ୍ର ଉପାଦାନ।

ମାଟିବିନା ଅସମ୍ଭବ ବଞ୍ଚିବା ଜୀବନ।

ଜୀବ ପାଇଁ ମାଟିମାଁର ଅଶେଷ ଅଛି ଦେୟ

ତାର ସଂରକ୍ଷଣ ରକ୍ଷାକରିବା ଉପାୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational