STORYMIRROR

Madhabi Patel

Inspirational

2  

Madhabi Patel

Inspirational

ଜୀବନ ସମର

ଜୀବନ ସମର

1 min
61

କବି ସତ୍ୟ ପ୍ରକାଶ ସେଠୀଙ୍କ ରଣଭୂଇଁ କବିତାର ଛାୟାରେ ଲିଖିତ ଏ କବିତା।


ଜୀବନଟା ମୋର କଷଣରେ ଭରା

ଜନ୍ମରୁ ଯାତନା ସହେ।

ମୁକ୍ତି ଦିଅବୋଲି ତ୍ରାହି ତ୍ରାହି ଡାକେ

ଉପାୟ କିଛି ନ ପାଏ।


ଅସହ୍ୟ ହେଲାଣି ଯତନା ମୋହର

ଜର୍ଜରିତ ମୋର କାୟା।

ରୋଗ ଉପସମ ନିଷ୍ଫଳ ଉଦ୍ୟମ

ତଥାପି ବାନ୍ଧିଛି ମାୟା।


ରୋଗିଟିଏ ଯଦି କରିବାର ଥିଲା

କିପାଇଁ ଜନମ ଦେଲ?

ବଞ୍ଚବାର ଇଚ୍ଛା ତ୍ୟାଗୀ ପାରୁନାହିଁ

ହେଉଅଛି କଲବଲ।


ରୋଗର ଦାଉରୁ ନା ବଞ୍ଚି ହେଉଛି

ସୁଖଟିକେ ମିଳୁନାହିଁ।

ମୃତ୍ୟୁ ସଙ୍ଗେ ସଦା ଚାଲିଛି ସମର

ଜୀବନ ସମର ଭୂଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational