STORYMIRROR

Madhabi Patel

Inspirational

3  

Madhabi Patel

Inspirational

କୃଷ୍ଣଚୂଡ଼ା

କୃଷ୍ଣଚୂଡ଼ା

1 min
289


ସବୁ ଫୁଲ ଯେବେ ହୁଏ ନୀରଳସ

ଦିଶେ ସିଏ ହସ ହସ।

ଲାଲ ଲାଲ ତାର କୋମଳ ପାଖୁଡା

କେଶରର ସହବାସ।

ପେନ୍ଥା ପେନ୍ଥା ହୋଇ ସାଜି ତାର ଦେହ

ଦିନସାରା ହସୁଥାଏ।

ରୂପର ଆକର୍ଷେ ଦର୍ଶକର ମନ

ଳାଳାୟିତ ହୋଇଯାଏ।

ଗ୍ରୀଷମ ସନ୍ତାପ ସହିଯାଏ ବୋଲି

ଗ୍ରୀଷମର ସିଏ ରାଣୀ।

ରଙ୍ଗିନ କରେ ସେ ରାସ୍ତା ଉପବନ

ରୂପର ପସରା ବୁଣି।

କୃଷ୍ଣଚୂଡା ନାମ ହୋଇଛି ପ୍ରାପତ

କୃଷ୍ଣଙ୍କର ପ୍ରିୟ ବୋଲି।

ସବୁ ଫୁଲ ଯେବେ ଡହଳ ବିକଳ

ସିଏ ହସେ ଖିଲିଖଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational