କୃଷ୍ଣଚୂଡ଼ା
କୃଷ୍ଣଚୂଡ଼ା
ସବୁ ଫୁଲ ଯେବେ ହୁଏ ନୀରଳସ
ଦିଶେ ସିଏ ହସ ହସ।
ଲାଲ ଲାଲ ତାର କୋମଳ ପାଖୁଡା
କେଶରର ସହବାସ।
ପେନ୍ଥା ପେନ୍ଥା ହୋଇ ସାଜି ତାର ଦେହ
ଦିନସାରା ହସୁଥାଏ।
ରୂପର ଆକର୍ଷେ ଦର୍ଶକର ମନ
ଳାଳାୟିତ ହୋଇଯାଏ।
ଗ୍ରୀଷମ ସନ୍ତାପ ସହିଯାଏ ବୋଲି
ଗ୍ରୀଷମର ସିଏ ରାଣୀ।
ରଙ୍ଗିନ କରେ ସେ ରାସ୍ତା ଉପବନ
ରୂପର ପସରା ବୁଣି।
କୃଷ୍ଣଚୂଡା ନାମ ହୋଇଛି ପ୍ରାପତ
କୃଷ୍ଣଙ୍କର ପ୍ରିୟ ବୋଲି।
ସବୁ ଫୁଲ ଯେବେ ଡହଳ ବିକଳ
ସିଏ ହସେ ଖିଲିଖଲି।