STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
243


‌ ପ୍ରାୟଶ୍ଚିତ ପଥ ଦେଖାଅ ମାଧବ

‌ଜୀଅନ୍ତା ଗଲିଣି ମରି,

‌ନୟନ ସାଗରୁ ଅନୁତାପ ବାରି

‌ଝରଝର ପଡେ ଝରି ।


‌କରୁଣା ସାଗର ନାମ ବହି ଅଛ

‌କରନାହିଁ ଆଉ ହେଳା,

ତୁମେ ନ ଚାହିଁଲେ ଏ ଭବସାଗରେ

‌ବୁଡିଯିବ ମୋର ଭେଳା ।


‌ବହୁ ଆଶା ନେଇ ଆସିଛି ପ୍ରଭୁ ହେ

‌ବେନି ନେତ୍ରେ ମୋତେ ଦେଖ,

‌ଯେତେ ଦୁଃଖ ଦେବ ଦିଅ ହେ କେଶବ,

‌ଶ୍ରୀଚରଣେ ମୋତେ ରଖ ।


‌ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହେବି ବୋଳି

‌ଚରଣେ ହୋଇ ଆଶ୍ରିତ,

‌ଆଜୀବନ ସେବା କରିବି ତୁମର

‌ହୋଇଯିବି ପ୍ରାୟଶ୍ଚିତ ।


 


Rate this content
Log in

Similar oriya poem from Inspirational