STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

କବିତା ମୁଁ ତୁମ ପ୍ରିୟତମା

କବିତା ମୁଁ ତୁମ ପ୍ରିୟତମା

1 min
294


ପଂକ୍ତି ହୀନ କବିତାଟେ ମୁଁ

ଯତି ପାତର ଖୋରାକ ନାହିଁ !!


କେବେ ମାନରେ ଅଭିମାନରେ

ଝରି ଯାଏ ମନ ଆକାଶରୁ 

ବର୍ଷାଧାର ପରି ଭିଜେଇବା ପାଇଁ ;

ତୁମ ଅଦୃଶ୍ୟ ପ୍ରୀତି ସୁହାଗିନି ର 

କଠୋର ବେଇମାନି ହୃଦୟ କୁ !!


ତୁମେ ମାନ କି ନମାନ,

ମୁଁ ନିବେଦନ ଶୂନ୍ୟସ୍ଥାନ କରେ ପୂର୍ଣ୍ଣ !!


ସେହି ଝିଅ ତୁମ ହୃଦୟର ଭାଷା 

ପାରେନି ବୋଲି ପଢ଼ି

ତୁମେ ମୋତେ କଲମ କାଗଜରେ

ଦିଅ ବିଶୃଙ୍ଖଳିତ ଭାବେ ଦୁଃଖରେ ଅଜାଡ଼ି !!


ଛାତି ତଳର ଅକୁହା ବେଦନା

ରହି ରହି କରେ ପ୍ରହାର ପ୍ରହର ପ୍ରହର

ରିକ୍ତ ହସ୍ତେ ଫେରିଯାଏ ନିଷ୍ପାପ ତନ୍ତ୍ରୀ ମୋର !!


ଶବ୍ଦ ସବୁ କେବେ ଫୁଲ ତ 

କେବେ ପୁଣି ଗୋଲାପ କଣ୍ଟା

ଆଖି ଦେଖେ ଲୁହ ବଦଳେ ଟିପରେ ଟୋପାଏ ଲହୁ !!


ଅପାଂକ୍ତେୟ ଅଲୋଡା

ତୁମେ ଯେବେ ହୁଅ ତା ପାଇଁ

ନିଜ ମନ ପାଖେ ତୁମେ ନିର୍ବାକ ପ୍ରାୟ

ପ୍ରେମ ଯୁଦ୍ଧରେ ସର୍ବହରା ସୈନିକ ଯେମିତି !!


ମୋତେ ଦେଇ ନିର୍ଜୀବର ରୂପ

ଢାଳି ଦିଅ ଲୋତକର ଧାର

ଅପରୂପା କର ଏ କବିତାକୁ 

ତୁମ ଶବ୍ଦରେ ମତୁଆଲା କର ମାେ ଭାବକୁ !!


କଥା ଦେଲି, ଛାଡ଼ି ଯିବିନି ତୁମକୁ

ଅଙ୍ଗାଙ୍ଗୀ ହେଇ ରହିଥିବି ତୁମ ହୃଦୟକୁ ଛୁଇଁ !!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational