STORYMIRROR

Prasanna Kumar Das

Inspirational

3  

Prasanna Kumar Das

Inspirational

ମାଟି

ମାଟି

1 min
234


ମାଟି ନୁହେଁ ଆମ ମାଆଟି ପରା ସେ

ପବିତ୍ର ଜନମ ଭୂଇଁ ।

ଶରୀରେ ଜୀବନ କରିଛେ ଧାରଣ

ତା' ପାଣି ପବନ ପିଇ ।।


ମାଟି ବୁକୁ ଚିରି ଚାଷୀ ଶ୍ରମ କରେ

ମାଟିରେ ମଟାଳ ହୋଇ।

ଉପୁଜାଏ ଶସ୍ୟ ଫଳ ମୂଳ ପୁଷ୍ପ

ଆମରି ପେଟ ପାଳଇ ।।


ମଣିଷ ମେଳରେ ଜାତି ହୁଏ ଗଢ଼ା

ଜାତି ପରିଚୟ ଭାଷା।

ଜାତି ସମାଜରେ ଶାନ୍ତି କରେ ରକ୍ଷା 

ଧର୍ମ ଦେଇ ଶୁଭ ଦିଶା ।


ମାଟିର ମୌସୁମୀ କୃଷି ଜଳବାୟୁ

ଧର୍ମେ ନିୟତ ସଂସ୍କୃତି।

ସମୟ ସୁଅରେ ବଦଳି ଯାଉଛି 

ଶିକ୍ଷା ଦୀକ୍ଷା ପ୍ରଥା ରୀତି।।


ପରିବର୍ତ୍ତନ ଏ ପ୍ରକୃତି ନିୟମ

ବଦଳେ ପାଣି ପବନ।

ବଦଳେ ନା ମାଆ ବାତ୍ସଲ୍ୟ ମମତା

ଏଣୁ ମାଆ ଭଗବାନ ।।


ମା' ପରି ମାଟି ପାଳିଛି ଆମକୁ

ତେଣୁ ମାଟିମା" ସିଏ ।

ମାଟିରୁ ଜନମି ତା କୋଳେ ମିଶିବା

ଏ କଥା ନ ଜାଣେ କିଏ ।।


ଜନମ ଭୂଇଁର ଗାରିମା ରଖିବା

କରିବା ଦୃଢ଼ ସଂକଳ୍ପ।

ଶିକ୍ଷା ପ୍ରତିରକ୍ଷା ବିଜ୍ଞାନ କୌଶଳ

ଭାଷାର ରଖିବା ଟେକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational