Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Others

4.5  

Tankadhar Majhi

Inspirational Others

ବଞ୍ଚିବା ଶିଖୁଛି

ବଞ୍ଚିବା ଶିଖୁଛି

1 min
244



କାହିଁ କେତେ ଦିନୁ

ନିଜ ଜୀବନ ସହ ଖେଳିଛି

ଭବିଷ୍ୟତ ଉଦ୍ଧାରିବା ପାଇଁ ,

ହାରିଛି ନା ଜିତିଛି 

ଜାଣିନି...

କେବଳ ବଞ୍ଚିବା ଶିଖୁଛି ।


କାହିଁ କେତେ ଦିନୁ

ଭୋକିଲା ପେଟରେ ଖଟିଛି

ଭୋକ ନିବାରଣ କରିବା ପାଇଁ ,

ପେଟ ଭରୁଛି ନା ଭୋକ ଯାଉଛି

ଜାଣିନି... 

ତଥାପି ବଞ୍ଚିବା ଶିଖୁଛି ।


କାହିଁ କେତେ ଦିନୁ

ଖଟିଲା ଦେହକୁ ଆରାମ ମାଗିଛି 

ଶାନ୍ତିର ଇଲାକାରେ ରହିବା ପାଇଁ,

ଶାନ୍ତି ପାଇଛି ନା ଶାନ୍ତ ସ୍ଥାନ

ଜାଣିନି...

ହେଲେ ବି ବଞ୍ଚିବା ଶିଖୁଛି ।


କାହିଁ କେତେ ଦିନୁ 

ଦୁଃଖ ଦରିଦ୍ରକୁ ଭୁଲି ହସିବା ଶିଖୁଛି

ଅନନ୍ତ ସୁଖ ପାଇବା ପାଇଁ, 

ଦୁଃଖ ହଟୁଛି ନା ସୁଖ ଆସୁଛି

ଜାଣିନି...

ତଥାପି ବଞ୍ଚିବା ଶିଖୁଛି । 


Rate this content
Log in

Similar oriya poem from Inspirational