STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଅଫୁଟା ଫୁଲ ସେ ମାତୃ ବାତ୍ସଲ୍ୟ

ଅଫୁଟା ଫୁଲ ସେ ମାତୃ ବାତ୍ସଲ୍ୟ

1 min
200


ନୟନ ତାରା ମାେ ପରାଣ ଧନ 

ତୋ ମାଆ ହେଇ ହୋଇଲି ଧନ୍ୟ 

ତୋ ଲାଗି ଦେଖେ ମୁଁ କେତେ ସପନ 

ମୋ ଓଠେ ଝଲକୁ ତୁ ରାତି ଦିନ !!


ସଂସାର ଜଞ୍ଜାଳ ଯେତେ ଯୁଝିଲେ 

ସବୁ ଦୁଃଖ ଭୁଲେ ତୁ ହସିଲେ 

ଯେତେ ଦୁଃଖ ଆସୁ ନଯିବୁ ଡରି 

ଯିବୁ ତୁ ଆଗେଇ ବିଭୁ ସୁମରି !!


ପାଠ ପଢି ଭଲ ମଣିଷ ହେବୁ 

ଦେଶ ହିତ ପାଇଁ କାମ କରିବୁ 

ଧନରେ ଗରିବ ମନରେ ନୁହେଁ 

ସେନେହ ସରଧା ସରି କେ ହୁଏ !!


ମୋ ଘରେ ଧନ ତୁ ପୁନେଇଁ ଚାନ୍ଦ 

ତୁ ପରା ମୋହର କଳା ଗୋବିନ୍ଦ 

ଘଡ଼ିଏ ନଦେଖି ହୁଏ ମୁଁ ଅନ୍ଧ 

କୁଡିଆରେ ତୁ ମୋ ଚନ୍ଦନ ଗନ୍ଧ !!


ଧନୀ ଗରିବ ରେ କି ପ୍ରୟୋଜନ 

ତୋତେ ପାଶେ ପାଇ ଯାଉ ଜୀବନ 

ସୁନ୍ଦର ଏ ଧରା କି ମନୋରମ 

ମାଟି ମାଆ ପାଇଁ କରିବୁ କରମ !!


ସୁନା ଫଳାଏ ଏ ଭାରତ ଦେଶ 

ଚାଷ, ଚଷା ପରେ ରହୁ ବିଶ୍ୱାସ 

କେତେ ମହିୟାନ ପ୍ରକୃତି ମାତା 

ତା କୋଳେ ହୋଇଛି ସବୁ ସାଇତା !!


ମାେ ସୁନା ଧନରେ ଗେହ୍ଲା କରିବି 

କେତେ ସରାଗ ରେ ଖୁଆଇ ଦେବି 

ଅବୁଝା ନହୋଇ ଶୁଣିବୁ କଥା 

ମନେ ରଖି ଥିବୁ ନଭାବି ଅନ୍ୟଥା !!


ମୁଁ ସିନା ମୂରୁଖ ବାବୁରେ ଶୁଣ 

ବିଦ୍ୟା ଆହରଣେ କେତେ ଯେ ଗୁଣ 

ତୁ ପରା ମାଆର କୁନି ତାରକା 

ବଞ୍ଚି ପାରିବିନି ତୋ ବିନା ଏକା !!


ତୁ ହସିଲେ ହସିବ ଏଇ ଦୁନିଆ 

ଜଗତ ଈଶ୍ୱର ହୁଅନ୍ତୁ ସାହା 

ବରଷା ହେଉ ମୋ ଆଶିଷ ପୁଣି 

ଖୁସିରେ ରହିବୁ ମାେ ଧନ ମଣି !!












 


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational