STORYMIRROR

Amit Bal

Inspirational Others

3  

Amit Bal

Inspirational Others

ମାଆ

ମାଆ

1 min
174

ମା' ଘୋର ନୈରାଶାରେ ଆଶାର ଆଲୋକ

    କଅଁଳ ଶିଶୁର ଓଠରେ ଅସୁମାରୀ ପୁଲକ

           ଯା' ଆଗେ ତୁଛ ଇନ୍ଦ୍ରଙ୍କ ଦେବଲୋକ,

ନାରୀତ୍ବର ସେ ଶୀର୍ଷତମ ପରାକାଷ୍ଠା

     ମମତାର ସର୍ବୋଚ୍ଚ ଆସନେ ଉପବିଷ୍ଟା

          ଯା ସମ୍ମୁଖେ ନତମସ୍ତକ ସ୍ବୟଂ ସେଇ ସ୍ରଷ୍ଟା,


ମା' ଧରାରେ ଜୀବନ ସଙ୍ଗୀତର ସାତ ସ୍ବର

      ମିଠା ମିଠା ସୁଗନ୍ଧ ଜୀବନ ବଗିଚାର

         ଏକମାତ୍ର ଚରିତ୍ର ଜୀବନେ ନିଃସ୍ଵାର୍ଥପରତାର,

ମା' ହିଁ ତ ପ୍ରମାଣ ମର୍ତ୍ତ୍ୟରେ ପରତ୍ମାମାର

       ତ୍ୟାଗର  ତପସ୍ୟାର ବଳିଦାନର  

           ଅଖଣ୍ଡ ହୋମଯଜ୍ଞର ପୂଜାର ମନ୍ତ୍ର ଜାପର ,


ସେ ସମାହିତ ମନର ନିରବତାରେ

      ଓଁଙ୍କାରର ଅନନ୍ଯ ଉଚ୍ଚାରଣରେ

           ଆତ୍ମାର ଆକୁଳ ନିବେଦନରେ ,

କେବେ ପୁଣି ଯନ୍ତ୍ରଣାରେ , ସମ୍ବେଦନାରେ

      ନିସ୍ତେଜ ନୟନର ଅଶ୍ରୁରେ ,ଆବେଗରେ

        ସ୍ବପ୍ନରେ,ସ୍ମୃତିରେ,ସଂପର୍କର ଅନବଦ୍ୟ ସୃଷ୍ଟିରେ,


ସର୍ଜନାରେ ମା' ଚିରଦିନେ ଅମୃତର ଧାରା

      ଅସ୍ଥିର ମନର ଏକହିଁ କୂଳ କିନାରା

        ଇଶ୍ଵରଙ୍କ ବାଦେ ଅନ୍ତିମ ଆଶ୍ୱାସନା ସାହାରା,

ଜୀବନ କଳ୍ପନା ବାହାରେ ଯା' ବିନା

    ତାକୁ ଛାଡି ଚାରିଧାମ ଦର୍ଶନର ମାନେ କିଛିହୁଏନା ,

ତା' କାହାଣୀ ଅନାଦି ଅନନ୍ତ ଅସୀମ ଅନନ୍ଯା,

  ସୃଷ୍ଟିର ସୃଜନରେ ଶାଶ୍ବତ ପ୍ରେମର ସେ ଆଦ୍ୟ ଚେତନା ।

        


Rate this content
Log in

Similar oriya poem from Inspirational