STORYMIRROR

Dambarudhar Dash

Inspirational

3  

Dambarudhar Dash

Inspirational

ଶ୍ରମିକ ଭାଇ

ଶ୍ରମିକ ଭାଇ

1 min
234

ମୁଣ୍ଡ ଝାଳ ଯିଏ       ତୁଣ୍ଡରେ ମାରିଣ 

       କାମେ ରହିଥାଏ ମାତି

ଆମ ଶିଳ୍ପୀ ଜାତି      ଶ୍ରମିକ ଭାଇ ସେ 

      ମାନେନା ଶୀତ କି ତାତି ।।୧।।


ଜଗତ ହିତରେ        କାର୍ଯ୍ୟ କରୁଥାଏ 

      ସହି କେତେ ବାଧା ବିଘ୍ନ

ଶୋଷଣ କଷଣ       ସବୁ ତା ଭାଗ୍ୟରେ 

     କେହି ନ ବୁଝନ୍ତି ମନ ।।୨।।


ପରିବାର ମୁହେଁ       ଆହାର ଦେବାକୁ 

     ଦେହକୁ ପଥର କରେ

କର୍ମ କରେ ନିତି       ପଡ଼େ ନାହିଁ ଥକି 

    ଆପଣା କର୍ମ କ୍ଷେତ୍ରରେ ।।୩।।


କର୍ମକୁ ନିଜର        ଭଗବାନ ମାନି 

     ସର୍ବଦା ଆଦରି ଥାଏ 

ନିଜ ଲହୁ ଲୁହ       ନିଜେ ପିଇ ଯାଇ 

     ଜଗତକୁ ସୁଖ ଦିଏ ।।୪।।


ହେ ଭାଇ ଭଉଣୀ     କେବେ ଭୁଲିବାନି 

     ଶ୍ରମିକ ଭାଇର ଶ୍ରମ

ଶ୍ରମର ମର୍ଯ୍ୟାଦା     ବୁଝିବା ସଭିଏଁ 

    କର୍ମକୁ କରିବା ପ୍ରେମ ।।୫।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational