ଶ୍ରମିକ ଭାଇ
ଶ୍ରମିକ ଭାଇ
ମୁଣ୍ଡ ଝାଳ ଯିଏ ତୁଣ୍ଡରେ ମାରିଣ
କାମେ ରହିଥାଏ ମାତି
ଆମ ଶିଳ୍ପୀ ଜାତି ଶ୍ରମିକ ଭାଇ ସେ
ମାନେନା ଶୀତ କି ତାତି ।।୧।।
ଜଗତ ହିତରେ କାର୍ଯ୍ୟ କରୁଥାଏ
ସହି କେତେ ବାଧା ବିଘ୍ନ
ଶୋଷଣ କଷଣ ସବୁ ତା ଭାଗ୍ୟରେ
କେହି ନ ବୁଝନ୍ତି ମନ ।।୨।।
ପରିବାର ମୁହେଁ ଆହାର ଦେବାକୁ
ଦେହକୁ ପଥର କରେ
କର୍ମ କରେ ନିତି ପଡ଼େ ନାହିଁ ଥକି
ଆପଣା କର୍ମ କ୍ଷେତ୍ରରେ ।।୩।।
କର୍ମକୁ ନିଜର ଭଗବାନ ମାନି
ସର୍ବଦା ଆଦରି ଥାଏ
ନିଜ ଲହୁ ଲୁହ ନିଜେ ପିଇ ଯାଇ
ଜଗତକୁ ସୁଖ ଦିଏ ।।୪।।
ହେ ଭାଇ ଭଉଣୀ କେବେ ଭୁଲିବାନି
ଶ୍ରମିକ ଭାଇର ଶ୍ରମ
ଶ୍ରମର ମର୍ଯ୍ୟାଦା ବୁଝିବା ସଭିଏଁ
କର୍ମକୁ କରିବା ପ୍ରେମ ।।୫।।