ମାଆ
ମାଆ
ଯେବେ ଠାରୁ ମୁହିଁ ନେଲି ଜନମ
ସେବେଠୁ ଶୁଣୁଛି ଗୋଟିଏ ନାମ ।
ଦୁଇ ଅକ୍ଷରରେ ଗଢା ତା ନାମ
ଗଙ୍ଗାଠୁ ପବିତ୍ର ସ୍ୱର୍ଗୁ ମହାନ ।
କୋଳରେ ତାହାର ସରଗ ସୁଖ
ସବୁ ଖୁସି ମିଳେ ଦେଖି ତା ମୁଖ ।
ଧୂଳି ଟିଏ ଆମ ଦେହେ ପଡେନି
ଘୋଡାଇ ରଖେ ତା ପଣତ କାନି ।
ଆମ ପାଖେ ଥିଲେ ତାର ଆଶିଷ
ଦୁଃଖ ତିଳେ ମାତ୍ର କରେନା ସ୍ପର୍ଶ।
ଅଳି କରେ ପ୍ରଭୁ ତୁମ ପୟରେ
ଶତ ଜନ୍ମ ଦିଅ ତାର କୋଳରେ ।
ଏଇ ମୋ ଜୀବନେ ଅଟେ ସେ ରାହା
ତା ପରି କେ ହେବ ସେ ମୋର ମାଆ ।