ଘରର ଘରଣୀ ମୋ ମାଲିକାଣୀ (ବ୍ୟଙ୍ଗ)
ଘରର ଘରଣୀ ମୋ ମାଲିକାଣୀ (ବ୍ୟଙ୍ଗ)
ପ୍ରେମରେ ତାହାକୁ ମନାଇବି ବୋଲି
ମନେ ମନେ ମୁହିଁ ଭାବୁଛି
ଦୁହିଁଙ୍କର ପ୍ରେମ ମଝିରେ ମାସ୍ କ
ପାଚେରୀ ହୋଇ ରହିଛି ।
ଅତି ଶାନ୍ତ ଶିଷ୍ଟ ପତି ଭକ୍ତା ସିଏ
ସବୁ କାମ ମୁହିଁ କରେ
ସେତ ସୁକୁମାରୀ ଅଲିଅଳି ଝିଅ
ବସିଥାଏ ଆରାମରେ ।
ଆମ ସଂସ୍କୃତିକୁ ନାକ ଟେକି ସିଏ
ପାଶ୍ଚାତ୍ୟ ପଛରେ ଧାଉଁଛି
ମୁଣ୍ଡରେ ଓଢଣା ଦେଉନାହିଁ ଆଉ
ଜିନ୍ସ ପିନ୍ଧି ବୋହୂ ବୁଲୁଛି ।
ଶାଶୁ ଶ୍ଵଶୁରଙ୍କ ସେବା କରେ ନାହିଁ
ନିତି ଯାଉଥାଏ ମନ୍ଦିର
ଛୁଆଟିକୁ ମୋର ସଜାଇନି ଦିନେ
ନିଜେ ଧାଉଁଥାଏ ପାର୍ଲର ।
ସ୍ୱାମୀଟି ପଛକେ ଉପାସରେ ରହୁ
ସିରିଏଲ ଚାଲିଥାଉ
ଛୁଆକୁ କିଏ ସେ ପିଠା ପୋଡ଼ିଦେବ
ମ୍ୟାଗି ଖାଇ ସ୍କୁଲ ଯାଉ ।
ପଞ୍ଜରା ଦିଶୁଛି ଖଟି ଖଟି ମୋର
ଟଙ୍କା ପଶେ ଭେନିଟିରେ
ହାଇ ହିଲ୍ ପିନ୍ଧି ବୁଲୁଅଛି ସିଏ
ଛିଣ୍ଡା ଜୋତା ମୋର ଭାଗ୍ୟରେ ।
କହିଦେଲେ ପଦେ ହେବ ଠିଆ ପାଲା
ଉଡ଼ିବ କୁଲାରୁ ଛାଞ୍ଚୁଣି
ସେ ଯେ ପାଟରାଣୀ ଘରର ଘରଣୀ
ଅଟେ ମୋର ମାଲିକାଣୀ ।
