STORYMIRROR

Ayushman Tripathy

Abstract Comedy Classics

4  

Ayushman Tripathy

Abstract Comedy Classics

ମୋର୍ ଚିଠି

ମୋର୍ ଚିଠି

1 min
203

ଉଠିଗଲା ମୋର୍ ନାଁ ଇତିହାସୁ

ଫାଟିଗଲା ଦେହର୍ କାତି

ଯାହାର୍ ଲାଗି କାଲି ଲୋକ୍ ବଚିଥିଲେ

ସରିଗଲା ତାର୍ ସଂପତ୍ତି।


ଅନାଥ୍ ହେନ୍ତା ବଚିଅଛେଁ ଆଜି

ଫଟା ପେଣ୍ଟ୍ ସାର୍ଟ୍ ପିନ୍ଧି

ଦେଶର୍ ମାଁ ବୁଆ ଆହା ନାଇ କଲେ

କାଣା ଖାଏମି ରାନ୍ଧି।


ଲୋକ୍ କେ ଦେଖେଇ କହୁଛନ୍ ଯେ ଆମେ

ସବୁ କିଛି କରିଦେମୁ

ଲୋକ୍ ପଲାଲେ ମୁହୁଁ ମୁଡିକରି

ଗାଡି ନେ ବସି ପଲାମୁ।


ଆଗର୍ କଥା ଆଗକେ ଜନା

ଏବେର୍ କଥା ଦେଖ୍

କେନ୍ତା ଥିଲା ଇ ଭାରତ୍ ଦେଶ୍ ଆରୁ

କେନ୍ତା ହେବା ଯେ ଦେଖ୍।


ଦିନ୍ ଥିଲା ମୋତେ ଦେଖବାର୍ ଲାଗି

ଲୋକ୍ ଆସୁଥିଲେ ବହୁତ୍ ଦୁରୁ

ବୁଲି ବୁଲି ମୋର୍ ସବୁଆଡେ ଖାଲି

କହୁଥିଲେ ଜୁହାର୍ ଗୁରୁ।


ମୋର୍ ମାଏଟ୍ ର ସବୁ ମନ୍ଦିର ଗୁଡି

ବୁଲିବୁଲି ଦେଖୁଥନ୍

ଚଉଷଠି ଯୁଗନୀ ଭିତରେ ସେମାନେ

ସବୁକଥା ଭାବୁଥନ୍।


ଇଟର୍ ଗୁଡି ସେ ଇନ୍ଦ୍ରଲାଟ୍ ପାଖେ

ଫଟୋ ଘିଚି ନେଉଥାନ୍

ମହାଦେବ୍ ବାବା ର ମନ୍ଦିର ପାଖେ ବସି

ଭୋଗ୍ ଭାତ୍ ଖାଉଥନ୍।


କେତେ ରକମର୍ ପଥର୍ ଗୁମ୍ଫା

ଦେଖିକରି ହେସନ୍ ଖୁସ୍

ବେଙ୍ଗପଥର୍ ସାଙ୍ଗେ ସୀତାପାଦ୍ ଦେଖି

ହେଇଯାଏସନ୍ ମଧହୁସ୍।


ଚାଲିଗଲା ଦିନ୍ ସରଲା ସମୟ

ଅଧାଭଙ୍ଗା ହେନ୍ତା ପଡନି

ପଚାର୍ ବାର୍ ଲାଗି ଲୋକ୍ ନାଇନ

ଇ ଝରିଆଲ୍ ର କାହାନୀ।


ରାଜନୀତି କରି ଦେଶ୍ କେ ଖାଏଲେ

ବୁଆ କେ ଖୁଆଲେ ପାନ୍

ପାନ୍ ର ପଇସା ମିଲୁଥିଲା ଯେନୁ

ତାକୁ କଲେ ହଇରାନ୍।


ରାଣୀପୁର ର ଇତିହାସ୍ ଆରୁ

ଝରିଆଲ୍ ର ସୁନା ର ଗାଥା

ଦଉଛେଁ ସରକାର୍ କେ ମୋର୍ ଚିଠି

ଲେଖିକରି ମନର୍ ବ୍ୟଥା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract