STORYMIRROR

Ayushman Tripathy

Romance Classics Others

3  

Ayushman Tripathy

Romance Classics Others

ସ୍ମୃତି ର ଅବିର

ସ୍ମୃତି ର ଅବିର

1 min
235


ରଙ୍ଗହୀନ ବିଶ୍ବେ  ପ୍ରାଣହୀନ ଦେହେ

      ଚାଲୁଥିଲି ଏକା ଏକା

ଫଗୁଣେ ଅବିର   ଢାଳିଦେଇ ତୁମେ

      ଛିଣ୍ଡେଇଲ ମନ ଶିକା।

ଦୋଳ ପୁର୍ଣ୍ଣିମାରେ  ଜୀବନରେ ମୋର

      ଜାଳିଦେଲ ପ୍ରୀତି ଶିଖା

ଭାବନା ରାଇଜେ    ପ୍ରଣୟ ଅର୍ଣ୍ଣବେ

      ହେଲ ନିର୍ଝରିଣୀ ରେଖା।

ସପନ ଦେଖାଇ   ରଙ୍ଗହୀନ ଦେହେ

      ଭରିଦେଲ ଫଗୁ ପ୍ରାଣ

ପ୍ରୀତି ର ସ୍ପର୍ଶରେ   ଫଗୁଣ କାନ୍ତିରେ

     ଦୋହଲି ଗଲା ମୋଁ ପ୍ରାଣ।

ଅବିର ବିହିନ      ମରୁଭୁମି ଥିଲି

      ଜଳରଙ୍ଗ ବର୍ଷାକଲ

ଜୀବନ ସ୍ୟନନ୍ଦେ    ସାରଥି ସାଜିକି

       ମହାଯୁଦ୍ଧେ ଏକା କଲ।

କୁଆଡେ ଗଲହେ     ପ୍ରିୟତମା ମୋର

      ଫଗୁଣ ଥମାଇ ହାତେ

ପାଗଳ ଙ୍କ ପରି      ଖୋଜିବୁଲେ ଅାଜି

       ପୀରତି ର ଚଲାପଥେ।

ରାଧା ବିନା ଯେହ୍ନେ   ଅଧା ବଂଶୀଧର

      ଜଳ ବିନା ମତ୍ସ୍ୟ ମୃତ

ଫଗୁଣ ଅବିର      ଦେଖିଦେଲେ ଆଜି

       ଭାଙ୍ଗିଯାଏ ସ୍ମୃତିଫାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance