ସ୍ମୃତି ର ଅବିର
ସ୍ମୃତି ର ଅବିର
ରଙ୍ଗହୀନ ବିଶ୍ବେ ପ୍ରାଣହୀନ ଦେହେ
ଚାଲୁଥିଲି ଏକା ଏକା
ଫଗୁଣେ ଅବିର ଢାଳିଦେଇ ତୁମେ
ଛିଣ୍ଡେଇଲ ମନ ଶିକା।
ଦୋଳ ପୁର୍ଣ୍ଣିମାରେ ଜୀବନରେ ମୋର
ଜାଳିଦେଲ ପ୍ରୀତି ଶିଖା
ଭାବନା ରାଇଜେ ପ୍ରଣୟ ଅର୍ଣ୍ଣବେ
ହେଲ ନିର୍ଝରିଣୀ ରେଖା।
ସପନ ଦେଖାଇ ରଙ୍ଗହୀନ ଦେହେ
ଭରିଦେଲ ଫଗୁ ପ୍ରାଣ
ପ୍ରୀତି ର ସ୍ପର୍ଶରେ ଫଗୁଣ କାନ୍ତିରେ
ଦୋହଲି ଗଲା ମୋଁ ପ୍ରାଣ।
ଅବିର ବିହିନ ମରୁଭୁମି ଥିଲି
ଜଳରଙ୍ଗ ବର୍ଷାକଲ
ଜୀବନ ସ୍ୟନନ୍ଦେ ସାରଥି ସାଜିକି
ମହାଯୁଦ୍ଧେ ଏକା କଲ।
କୁଆଡେ ଗଲହେ ପ୍ରିୟତମା ମୋର
ଫଗୁଣ ଥମାଇ ହାତେ
ପାଗଳ ଙ୍କ ପରି ଖୋଜିବୁଲେ ଅାଜି
ପୀରତି ର ଚଲାପଥେ।
ରାଧା ବିନା ଯେହ୍ନେ ଅଧା ବଂଶୀଧର
ଜଳ ବିନା ମତ୍ସ୍ୟ ମୃତ
ଫଗୁଣ ଅବିର ଦେଖିଦେଲେ ଆଜି
ଭାଙ୍ଗିଯାଏ ସ୍ମୃତିଫାଟ।