STORYMIRROR

Ayushman Tripathy

Classics Inspirational

3  

Ayushman Tripathy

Classics Inspirational

ମା ର ପଣତ କାନି

ମା ର ପଣତ କାନି

1 min
225

ମା ର ପଣତ କାନି ରେ

ବିଶ୍ଵ ବ୍ରହ୍ମାଣ୍ଡ ର ଦୁଃଖ ସାଜେ ଆନନ୍ଦ

ବିଭୀଷିକା ପୂର୍ଣ୍ଣ ମହାଭାରତ ବି 

ଆପଣାଇ ନିଏ ଶାନ୍ତିଦୂତ କୁ, 

କଷ୍ଟ ତୁଲ୍ୟ ମାନଗୋବିନ୍ଦ ବି ସାଜେ ଧର୍ମରାଜ

ଜିତିବାକୁ ସ୍ନେହ ଏବଂ ଦୈବିକ ସମ୍ମାନ।


ସେଇ ମା ପଣତ କାନି ଆଗରେ

ମହାଶକ୍ତି ବ୍ରହ୍ମାସ୍ତ୍ର ବି କ୍ଷୀଣ

ଶତରୋଗବ୍ୟାଧି ତା କାନି ତଳେ ଲୀନ

ଖୁସି ଶାନ୍ତି ଦୟା କ୍ଷମା ସେ କାନି ରୁ ନିର୍ଝରେ

ରକ୍ଷା ଦିକ୍ଷା ଶକ୍ତି ଶିକ୍ଷା ତା ପଣନ୍ତୁ ବାହାରେ ।


ମୂଲ୍ୟ ତାର ଅହେତୁକ ,ଅନୁପମ ସୁଧା

ସ୍ନେହର ଦେଉଳ ସେ ,ଧର୍ଯ୍ୟ ରେ ବସୁଧା

ମମତା ର ମନ୍ଥନ ସେ ବିଷ ଯେ ଅଶେଷ

ଦିବ୍ୟତମ ପ୍ରଣୟ ଏ ସୁଧା ଠୁ ବିଶେଷ।


ତୃପ୍ତି ର ଶ୍ରୀକ୍ଷେତ୍ର ବୋଧେ ଗଠନ ବିଚିତ୍ର

ଯା ପାଇଁ ଅଧର୍ଯ୍ୟ ସର୍ବ ଦେବେଶ୍ୱର ନେତ୍ର

ତା କାନି ସୁଧା ପିପାସା କୃଷ୍ଣ ଙ୍କୁ ଅଜଣା ?

ପିଇବାକୁ ସେହି ମଧୁ ,ବିଶ୍ଵ ବି ବାଟବଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics