STORYMIRROR

Ayushman Tripathy

Tragedy Inspirational

4  

Ayushman Tripathy

Tragedy Inspirational

ସେଇ ଅମାବାସ୍ୟା ରାତି (୧)

ସେଇ ଅମାବାସ୍ୟା ରାତି (୧)

1 min
206

ନିର୍ମଳ ରାତି ଟେ    ଅନ୍ଧକାର କେତେ

    ଦିଗହରା ସେଠି ସତୀ

ଆଲୋକ ନପାଇ    ଡରିଗଲା କାଇଁ

    ସେଇ ଅମାବସ୍ୟା ରାତି।


ନିଶ୍ଚଳ ପ୍ରବର       ତୃଷାର୍ଥ ତିମିର

    ଚନ୍ଦ୍ର ର ଯୋଛନା ନାହିଁ

ଦିଗହରା ପକ୍ଷୀ       ନପାଇ ସେ ସଖୀ

   ବସା ଖୋଜେ ଅଛି କାହିଁ।


ଶିଥିଳ ନିଶାର       ମାୟାର ଭ୍ରମର

    ଭରିଦେଲା ମନେ ଡର

ପାଷାଣଭେଦୀ ର     ବର୍ଣ୍ଣାକ୍ତ ଚିତ୍କାର

    ଆଣିଲା ଭୟ ନୀଶାର।


ମାୟା ର ସଂସାରେ  କିଏ ସେ ଆଗରେ

     ଆଣିବ ପୁନିଁଅ ଚାନ୍ଦ

ଅମାବସ୍ୟା ରାତି     ପ୍ରେତାତ୍ମା ଯେ ମାତି

   ଉଡେଇ ନେଲେ ଆନନ୍ଦ।


ଖୋଜୁଥିଲା ସିନା      ଜହ୍ନ ର ଜୋଛନା

    ପାଇଲା ଉଆଁସ ନିଶା

ଗଗନେ ଭାସଇ      ଅନ୍ଧକାର ନଈ

    ଅଧର୍ମ ସାଜେ ତମସା।


ମନ୍ଦାକିନୀ ଜଳେ     ପାପକାଳି ଢାଳେ

    ମନ୍ତ୍ର ତନ୍ତ୍ର ବିଦ୍ୟା ବଳେ

ଜ୍ୟୋତ୍ସ୍ନାରାଣୀ ନାହିଁ    ଅନ୍ଧକାର ତହିଁ

   ମାୟା ବଢେ ସେହି କାଳେ।


ନିଶାଚର ମାତି       କଲେ କାଳରାତି

    ମନୋହର ରଜନୀକୁ

ନିଶା ଦେବୀ ତହୁଁ     ଅଧୀର ରେ କାହୁଁ

    ସ୍ମରଇ ଧରାନାଥ ଙ୍କୁ।


ସୁକୃଷ୍ଣ ସୁନୀଳ      ବସୁଧା ନୀରଳ

   ଜ୍ୟୋତି ବିନା ସେ ନିଶ୍ଚଳ

ରଶ୍ମୀ ଟି ନ ପାଇ    ହର୍ଷ ଧରାଭୁଇଁ

    ହେଇଗଲା କୁଷ୍ଣଜଳ।


ବଟବୃକ୍ଷ ମୁଳେ    ଅବା ନଦୀ ଜଳେ

   ପଢଇ ଅମୋକ ମନ୍ତ୍ର 

କାଟି ମୃତ ଚକ୍ର     ରଖି ହାଡ ବକ୍ର

    ତାନ୍ତ୍ରିକ କରଇ ତନ୍ତ୍ର।


ଏହିପରି ଏକ ରାତି  ଯହିଁ ଶୀତେ ତନୁ ତାତି

     କାନନେ ଶୁଭିଲା ବାର୍ତ୍ତା

ଗ୍ରାମଲୋକ ଗଲେ ଅଗ୍ନି ଶିଖା ନେଲେ

     ଦେଖିଲେ ରୂପ ଅଭୂତା।


  

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy