STORYMIRROR

Ayushman Tripathy

Inspirational

3  

Ayushman Tripathy

Inspirational

ସମ୍ପର୍କର ସୁଅ

ସମ୍ପର୍କର ସୁଅ

1 min
290

ଆଲୋକମୟ ଦିବସର ହୁଏ ପତନ

ମୁରଲୀର ଶୁଣି ମଧୁତାନ

ସୁନାର ଫସଲ ସ୍ୱପ୍ନାଦେଶ ଯାଏ

ଦିବସଟି ହୁଏ ଅନ୍ତର୍ଦ୍ଧାନ।

ହ୍ରାସ ପାଏ ସୂରୁଯର ତୀକ୍ଷଣ କିରଣ

ଶୀତଳ ଆଭା ହୁଏ ଆଭାସିତ,

ଚନ୍ଦ୍ରମାର ଶୁଭ୍ରାଭା ଆଜି ଗଗନକୁ

ବିଚ୍ଛେଦକୁ କରେ ମଦାୟିତ।

ଧରା ଠାରୁ ରବିର ସେ କରୁଣ ଅଭେଦ

ଅନୁଭବି ଜାଣିବ ମର୍ମେ,

ସଂପର୍କର ସେହି ଏକ ଦୃଢ ଭାବକୁ

ପ୍ରକାଶିବ ଆଜି ନିଜ କର୍ମେ।

ନିଜ ଲୋକ ସବୁବେଳେ ନିଜର ହିଁ ରହେ

କରିବନି କେବେ ତାକୁ ପର,

ମତଭେଦ କରିବନି ହେ ମହାନ ନର

କରିବନି କେବେ ବ୍ୟଭିଚାର।

ଦିବସର ଅନ୍ତେ ଯେହ୍ନେ ଆସଇ ରଜନୀ

ଆଲୋକକୁ କରେ ବିଧ୍ୱଂସ,

ସମ୍ପର୍କର ଅନ୍ତେ ଶତ୍ରୁତା ଜନ୍ମଇ

ମାନବକୁ ମାରେ ଯନ୍ତ୍ରାଂଶ।

ସର୍ବବୀର ରାବଣ ଯେ ଥିଲା ମହାଜ୍ଞାନୀ

ପର କଲା ବୀଭିଷଣ କୁ,

ସୁନାର ଲଙ୍କା ତାର ବିଧ୍ୱଂସ ହୋଇଲା

ନିଜେ ଗଲା ସ୍ୱର୍ଗଧାମକୁ।

ସଂପର୍କକୁ ଗଢିବା ଅଟେ ବାଲିଘର

କଷ୍ଟ ସାଧ୍ୟ ଅଟେ ବହୁତ,

କ୍ଷଣିକ ଭୁଲରେ ହୁଏ ସବୁ ଧ୍ୱଂସ

ବାଲିଘର ସାଜେ ମୃତ।

ତିମିର ଜଣାଏ ଶୁଭକୀୟ ବାର୍ତ୍ତା

ମଧୁର ନିଶ୍ୱାସ ତେଜି,

ସ୍ୱପ୍ନାଦେଶ ନର ସର୍ବଦା ହାରଇ

ସଂପର୍କ ଯାଉଛି ହଜି?

ଜାଗିଉଠ ଆହେ ନର ମାନବ

କୋମଳ ବିଛଣା ତ୍ୟଜ,

ଜନ୍ମ ଜାତକକୁ ଜୀବନ୍ତ କରି ତୁ

ସମ୍ପର୍କକୁ କର ନିଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational