STORYMIRROR

Ayushman Tripathy

Romance

3  

Ayushman Tripathy

Romance

ମୁଁ ଆଉ ତମେ

ମୁଁ ଆଉ ତମେ

1 min
206

ମୁଁ ନିଃଶବ୍ଦ ଶୂନ୍ୟତା

ତୁମେ କୋଳାହଳପୂର୍ଣ୍ଣ ନିର୍ଝରିଣୀ

କେମିତି ବୁଝିବ ତୁମେ ଏଇ

ଦୁଷ୍ଟଟାର ଅବୁଝା କାହାଣୀ।


ମୁଁ ଦୁଃଖର ଶବ୍ଦକୋଷ

ତୁମେ ଦିବ୍ୟ ପ୍ରମୋଦିନୀ

କେମିତି ଖୋଜିବ ତୁମେ

ଯନ୍ତ୍ରଣାର ଭିମାକ୍ତ ରାଗିଣୀ।


ମୁଁ ଶୁଷ୍କ ତୃଣଟିଏ

ତୁମେ ଅଣଚାଶ ପବନ

କେମିତି ଭାବୁଛ ତୁମେ

ଆମ ଏ ପ୍ରୀତିର ମିଳନ।


ମୁଁ ବିଲୁପ୍ତ ପାଦଚିହ୍ନ

ତୁମେ ଅଶାନ୍ତ ସାଗର ଊର୍ମୀ

କେମିତି ଦେଖିବ ତୁମେ

ମୋ ନୀର୍ଲିପ୍ତ ପ୍ରେମ ଭୂମି।


ମୁଁ ଅପେକ୍ଷାରତ ଚାତକ

ତୁମେ ବର୍ଷାର ପ୍ରଥମ ଜଳବିନ୍ଦୁ

କେମିତି ଆସିବ ତୁମେ

ପ୍ରଚଣ୍ଡ ଉଷ୍ମତାର ଦ୍ୱନ୍ଦୁ।


ମୁଁ ଶେଷ ଯାତ୍ରାର ଯବନିକା 

ତୁମେ ତ ଯାତ୍ରାର ପ୍ରାରମ୍ଭ ମାତ୍ର 

କେମିତି ଅଭିଧ୍ୟା କରୁଛ ତୁମେ 

ହେବାକୁ ଏ ଭାବନାର ପଟ୍ଟଚିତ୍ର।


ମୁଁ ଦରିଦ୍ରର ମୃଗତୃଷ୍ଣା 

ତୁମେ ସେଇ ମରୀଚିକାର ଅନ୍ତ

କେମିତି ବୁଝିବ ତୁମେ 

ମୋର ବାସ୍ତବିକତାର ରୁପକାନ୍ତ।


ମୁଁ ସୀମିତ ସଂଖ୍ୟାର ମିଳନ

ତୁମେ ତ ସଂଖ୍ୟାରେ ଅଗଣ୍ୟ ଅସୀମ

କେମିତି ଲେଖିବ ତୁମେ ଏଇ 

ହିୟାହୀନ ଗଣିତ କିଙ୍କିମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance