STORYMIRROR

Ayushman Tripathy

Inspirational Children

3  

Ayushman Tripathy

Inspirational Children

କାଳର କରାଳେ

କାଳର କରାଳେ

1 min
246

ନିଃସହାୟ ଅସହାୟ ଶୁଷ୍କ ପତ୍ରଟିଏ

ବହିଯାଉଅଛି ଆଜି କାଳ ବକ୍ଷରେ,

ସମୟର ସୁଅ ମୋତେ ନେଇଯାଏ

ଅତୀତ ସ୍ମୃତିକୁ ରୋମନ୍ଥନ କରେ।


କି ଥିଲା ସେ ସ୍ୱପ୍ନ ଶିଶୁ ବେଳର

ଅଦିନିଆ କାଳ କଲା ସବୁ ପରର,

ମୁକ୍ତ ରଜନୀ ଛଡେଇ ମୋହର

କଣ୍ଟା ଦିବସେ ଭରି ଦେଲା ନୀର।


ସମୟ ସ୍ରୋତେ ମୁଁ ଚାଲିଛି ବହି

ତୀବ୍ରତାର ସୁଅ ନଉଛି ଉଠେଇ

କାଳକୁଳକୁ ମୁଁ ଖୋଜି ପାଉନାହିଁ

ବର୍ତ୍ତିବି କେମିତି ଟିକେ ଦିଅ ବତାଇ?


ସମୟର ଚକ୍ରବ୍ୟୂହେ ଫସିଗଲି ମୁହିଁ,

ଦ୍ୱାପର ଯୁଦ୍ଧର ଅଭିମନ୍ୟୁ ନିକି

ସପ୍ତରଥୀ ପାଖୁ ଯୁଦ୍ଧ ହାରିବାର ନାହିଁ

ସମୟର କାଳ ଚକ୍ରେ ଝାକି।


କରିବାକୁ ନିୟତିର ସହିତ ସମର

ଗଙ୍ଗାଧର ପରି ଜନ୍ମ ଅଟଇ ଆମର,

ଶିଖାନ୍ତି ସେ ତୃଣ ଶକ୍ତି କେତେ ଅପାର 

ସମୟକୁ ଚିରି ଦେଇପାରେ କବର।


ତାଙ୍କ ସୂର୍ଯ୍ୟ ଅସ୍ତ ସଙ୍ଗେ କାଳ ପ୍ରକଟେ

ବିଜୟୀ କାଳ ପୁରା ଧରାପୃଷ୍ଠେ କହେ

ଅଧର୍ମୀକୁ ଦିଏ କାଳ ସର୍ପର ଚହଟେ

ଯମ ଦଣ୍ଡ ରୂପେ ପୃଥିବୀରେ ରହେ।


ମୃତ୍ୟୁର କାହାଣୀ କରଇ ରଚନା

ଧର୍ମର ପଥରେ ସାଜଇ ପଥିକ

ଅଧର୍ମୀ ଶୁଣେ ସେ ମୃତ୍ୟୁର ବେଦନା

କର୍ମ ଧର୍ମ କ୍ଷେତ୍ରେ ସେ ଏକା ସାତ୍ତ୍ୱିକ।


ସମୟର ସୁଅ ଫେରିଆଣେ ମୋତେ

ବର୍ତ୍ତମାନର ବସୁନ୍ଧରା କୋଳରେ

କହିଲା କା ଠୁ ବଳବାନ କେତେ

ହାର୍ ମାନିଛନ୍ତି କାଳର କରାଳରେ।


କେତେ ଭଗବାନ ପରମ ଈଶ୍ୱର

ଧରିତ୍ରୀରେ ଜନ୍ମ ନେଇ ହାରିଗଲେ

କାଳଠୁ ବିଦାୟ ନେଇ ମହାବୀର

ଧରାରୁ ବୈକୁଣ୍ଠ ସେ ବାହୁଡିଲେ।


ମନକୁ ପବିତ୍ର ନୀରେ ଧୋଇ ଯାଇ

ଅସତ୍ୟରୁ ସତ୍ୟ ବାହାର କରି

ମର୍ମ ନୟନେ ଧର୍ମକୁ ମନାଇ

କାଳ ବ୍ରହ୍ମ ସର୍ପୁ ନିଜକୁ ଉଦ୍ଧାରି। 


ସମଗ୍ର ବ୍ରହ୍ମାଣ୍ଡେ କାଳ ନାମ ଜୟେ

କାଳ କବଳରୁ କିଏ ନ ବଞ୍ଚଇ

କାଳ ସୁଅରେ କେ ଧର୍ମ ବିଜୟେ

କାଳର କରାଳେ ମୁଁ ଭାସି ଯାଇ।   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational